ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୃହରେ କୌଣସି ‘ପାମ୍ପ୍ଲେଟ୍’, ‘ଲିଫ୍ଲେଟ୍’ ଏବଂ ‘ପ୍ଲାକାର୍ଡ’ ବଣ୍ଟନ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ଲୋକସଭା ସଚିବାଳୟ ଏନେଇ ନିର୍ଦେଶନାମା ଜାରି କରିଛି। ସଂସଦ ପରିସରରେ ଧାରଣା, ଧର୍ମଘଟ ଏବଂ ଅନଶନ ନିଷେଧକୁ ବିରୋଧ କରି ବିରୋଧୀମାନେ ପାର୍ଲାମେଣ୍ଟ୍ ପରିସରରେ ବିଶୃଙ୍ଖଳା କରିବାରୁ ଶୁକ୍ରବାର ଦିନ ଉପରୋକ୍ତ ଚେତାବନୀ ଜାରି କରାଯାଇଛି। ପାମ୍ପ୍ଲେଟ୍, ପ୍ରେସ୍ ନୋଟ୍, ଲିଫ୍ଲେଟ୍ ଅଥବା ଛାପା ହୋଇଥିବା ଭଳି କୌଣସି ସାମଗ୍ରୀ ସମ୍ମାନୀୟ ବାଚସ୍ପତିଙ୍କ ଆଗୁଆ ଅନୁମତି ବିନା ଗୃହ ପରିସରରେ ବଣ୍ଟନ କରାଯାଇ ପାରିବ ନାହିଁ। ସଂସଦ ଗୃହ ପରିସରରେ ‘ପ୍ଲାକାର୍ଡ’ ପ୍ରଦର୍ଶନକୁ ମଧ୍ୟ କଡ଼ାକଡ଼ି ନିଷେଧ କରାଯାଇଛି। କଂଗ୍ରେସ ସମେତ ୟୁପିଏ ଦଳ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ଏପରି ଆଦେଶକୁ ସମାଲାେଚନା କରିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post