ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୃହରେ କୌଣସି ‘ପାମ୍ପ୍ଲେଟ୍’, ‘ଲିଫ୍ଲେଟ୍’ ଏବଂ ‘ପ୍ଲାକାର୍ଡ’ ବଣ୍ଟନ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ଲୋକସଭା ସଚିବାଳୟ ଏନେଇ ନିର୍ଦେଶନାମା ଜାରି କରିଛି। ସଂସଦ ପରିସରରେ ଧାରଣା, ଧର୍ମଘଟ ଏବଂ ଅନଶନ ନିଷେଧକୁ ବିରୋଧ କରି ବିରୋଧୀମାନେ ପାର୍ଲାମେଣ୍ଟ୍ ପରିସରରେ ବିଶୃଙ୍ଖଳା କରିବାରୁ ଶୁକ୍ରବାର ଦିନ ଉପରୋକ୍ତ ଚେତାବନୀ ଜାରି କରାଯାଇଛି। ପାମ୍ପ୍ଲେଟ୍, ପ୍ରେସ୍ ନୋଟ୍, ଲିଫ୍ଲେଟ୍ ଅଥବା ଛାପା ହୋଇଥିବା ଭଳି କୌଣସି ସାମଗ୍ରୀ ସମ୍ମାନୀୟ ବାଚସ୍ପତିଙ୍କ ଆଗୁଆ ଅନୁମତି ବିନା ଗୃହ ପରିସରରେ ବଣ୍ଟନ କରାଯାଇ ପାରିବ ନାହିଁ। ସଂସଦ ଗୃହ ପରିସରରେ ‘ପ୍ଲାକାର୍ଡ’ ପ୍ରଦର୍ଶନକୁ ମଧ୍ୟ କଡ଼ାକଡ଼ି ନିଷେଧ କରାଯାଇଛି। କଂଗ୍ରେସ ସମେତ ୟୁପିଏ ଦଳ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ଏପରି ଆଦେଶକୁ ସମାଲାେଚନା କରିଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post