ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ତାଙ୍କୁ ଶପଥପାଠ କରାଇଥିବା କହିଛନ୍ତି । ଇ-ମେଲ ମାଧ୍ୟମରେ ସିଙ୍ଗାପୁରରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜାପାକ୍ଷେ ଇସ୍ତଫା ଦେଇଥିଲେ । ଏହି ଇସ୍ତଫାକୁ ଗ୍ରହଣ କରିଥିଲେ ବାଚସ୍ପତି । ତାଙ୍କ ଇସ୍ତଫା ସଂସଦର ବାଚସ୍ପତି ମହିନ୍ଦା ୟାପ ଅଭୟୱାର୍ଡେନ ଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଶପଥ ପାଠ କରାଇଛନ୍ତି ।
ସେପଟେ ଦେଶରେ ଅରାଜକତା ସୃଷ୍ଟି ନକରିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେନାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣରେ ରଖିବା ପାଇଁ । ତେବେ ଜନସାଧାରଣ ଦରଦାମ ବୃଦ୍ଧି ଯୋଗୁ ଅତିଷ୍ଟ ହୋଇପଡ଼ିଥିବା ବେଳେ ଦେଶରେ ଶାନ୍ତି ପ୍ରତିଷ୍ଠା ମଧ୍ୟ ଜରୁରୀ ହୋଇପଡ଼ିଛି । ଆଗାମୀ କିଛି ଦିନ ପରେ ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ଘୋଷଣା ହୋଇପାରେ ।