ବ୍ରିଟେନରେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ କଞ୍ଜରଭେଟିଭ ପାର୍ଟିର ଭୋଟିଂ ଚାଲିଛି । ଦଳର ଯାହାକୁ ଅଧିକ ଭୋଟ ମିଳିବ ସେହିଁ ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ । ଏହି କ୍ରମରେ ପ୍ରଥମ ରାଉଣ୍ଡ ପରେ ଦ୍ବିତୀୟ ରାଉଣ୍ଡ ଭୋଟିଂ ବି ହୋଇଛି । ଯେଉଁମାନେ କମ ଭୋଟ ପାଉଛନ୍ତି ସେମାନେ ନିର୍ବାଚନରୁ ବାହାରି ଯାଉଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂ ପାଇଁ ଏବେ ପାଂଚ ଜଣ ପ୍ରାର୍ଥୀ ରହିଛନ୍ତି । ଦ୍ବିତୀୟ ରାଉଣ୍ଡରେ ଋଷି ସୁନକ ପୁଣି ଥରେ ସର୍ବାଧିକ ଭୋଟ ପାଇଛନ୍ତି । କ୍ରମାଗତ ଭାବେ ଦ୍ୱିତୀୟ ରାଉଣ୍ଡର ଭୋଟିଂରେ ତାଙ୍କୁ ଭଲ ଭୋଟିଂ ମିଳିଛି । ଏହି ରାଉଣ୍ଡରେ ଋଷି ସୁନକଙ୍କୁ ୧୦୧ ସାଂସଦଙ୍କ ସମର୍ଥନ ମିଳିଛି । ଏବେ ବ୍ରିଟେନ୍ରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ୫ ଜଣ ଅଛନ୍ତି । ଗୁରୁବାର ୩୫୮ ସାଂସଦ ପ୍ରଧାନମନ୍ତ୍ରୀ ପଦବି ପାଇଁ ୬ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଶେଷ ରାଉଣ୍ଡରେ କେବଳ ଜଣେ ପ୍ରାର୍ଥୀ ବିଜୟୀ ହେବେ । ସେ ହିଁ ପ୍ରଧାନମନ୍ତ୍ରୀ ହେବେ । ସୂଚନାଯୋଗ୍ୟ ପ୍ରଥମ ରାଉଣ୍ଡର ଭୋଟିଂରେ ସୁନକଙ୍କୁ ୨୫ ପ୍ରତିଶତ ନେତା ଅର୍ଥାତ ୮୮ ଖଣ୍ଡ ଭୋଟ ମିଳିଥିଲା ଏବଂ ସେ ଏହି ରାଉଣ୍ଡରେ ଶୀର୍ଷରେ ଥିଲେ । ତୃତୀୟ ରାଉଣ୍ଡରେ ମଧ୍ୟ ସୁନକ ଅଧିକ ଭୋଟ ପାଇବାର ସଂଭାବନା ରହିଛି । ତେବେ 4ର୍ଥ ଏବଂ 5ମ ରାଉଣ୍ଡରେ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
Prev Post