ଆସିଗଲା ଚଷମାର ବିକଳ୍ପ ଔଷଧ

ସାଧାରଣତଃ ଖବରକାଗଜ ପଢ଼ିବା ପାଇଁ କିମ୍ବା ମୋବାଇଲ ଓ କମ୍ପ୍ୟୁଟରରେ କାମ କରିବା ପାଇଁ ଲୋକେ ଚଷମା ବ୍ୟବହାର କରନ୍ତି। କାରଣ ଏହି ବର୍ଗର ଲୋକ ନିକଟତମ ବସ୍ତୁଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଅନୁଭବ କରନ୍ତି ଏବଂ ଶେଷରେ ପଢ଼ିବା ପାଇଁ ଚଷମାର ସାହାଯ୍ୟ ନିଅନ୍ତି। ଏହା ଏକ ସାଧାରଣ ରୋଗ ଭାବବେ ଏବେ ଦେଖାଯାଉଛି। ୪୦ରୁ ଅଧିକ ବୟସ୍କଙ୍କ ପାଖରେ ଏହି ରୋଗ ସର୍ବାଧିକ ଦେଖାଯାଏ।ଏହାକୁ ପ୍ରେସବୟୋପିଆ (presbyopia) ରୋଗ ବୋଲି କୁହାଯାଏ। ସାରା ବିଶ୍ୱରେ ପ୍ରାୟ ୧.୮ ବିଲିୟନ ଲୋକ ପ୍ରେସବୟୋପିଆ ରୋଗରେ ଆକ୍ରାନ୍ତ ବୋଲି ସୂଚନା ରହିଛି।ଏଣିକି ଆଖିରେ ଦୃଷ୍ଟିଜନିତ ସମସ୍ୟା ଥିଲେ ଆଉ ପଢିବା ପାଇଁ ଚଷମା ଆବଶ୍ୟକ ପଡ଼ିବନି । ଆମେରିକାର ଏକ ଔଷଧ କମ୍ପାନୀ ଚଷମାର ବିକଳ୍ପ ଭାବେ ଏକ ଔଷଧ ବାହାର କରିଛି। ଯାହାକି ଏକ ତରଳ ଆକାରରେ ରହିଛି। ଆଖିରେ ପକାଇଲେ କିଛି ଘଣ୍ଟା ପାଇଁ ଜଣେ ବିନା ଚଷମାରେ ପଢିପାରିବ।