୨ୟ ଦିନିକିଆ ଆଜି : ସିରିଜ ବିଜୟ ରୋହିତଙ୍କ ଇଚ୍ଛା

ଲର୍ଡସ ଗ୍ରାଉଣ୍ଡରେ ଆଜି ରୋହିତ ବାହନୀ ଭେଟିବ ଇଂଲଣ୍ଡ ଟିମକୁ । ୨ୟ ଦିନିକିଆ ଖେଳିବା ପାଇଁ ପୁରାଦମରେ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ଆଜି ଜିତିଲେ ସିରିଜ ବିଜୟୀ ହେବ ଭାରତ । ଦୃଢ଼ ମନୋବଳରେ ଥିବା ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆଜିର ମ୍ୟାଚ ବିଜୟ ପାଇଁ ସବୁ ରଣନୀତି ସରିଛି । କ୍ରମାଗତ ୨ୟ ସୀମିତ ଓଭର ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି।

ବିଶ୍ବର ଶ୍ରେଷ୍ଠ ଦିନିକିଆ ବ୍ୟାଟିଂ ଲାଇନ୍‌ର ମାନ୍ୟତା ପାଇଥିବା ଇଂଲଣ୍ଡକୁ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ପେସ୍‌ ବାହିନୀ ଧ୍ବସ୍ତ କରିଥିଲେ । ଆଜି ସେପରି କିଛି କରିବା ପାଇଁ ନିହାତି ଆଶା ରହିଛି । ସେହି ଚାପରୁ ବାହାରିବା ପାଇଁ ଇଂଲଣ୍ଡକୁ ତା’ର ପ୍ରଦର୍ଶନର ମାନ ବହୁତ ଉପରକୁ ଉଠାଇବାକୁ ହେବ। ଇଂଲଣ୍ଡ ଦଳର ଉପର ଅର୍ଡରର ୩/୪ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କୁ ଛାଡ଼ି ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ରେ ସମସ୍ତେ ବେଶ୍‌ ଅଭିଜ୍ଞ ଥିବା ବେଳେ ସେମାନଙ୍କୁ ଖ୍ୟାତି ଅନୁସାରେ ଖେଳିବାକୁ ପଡ଼ିବ। ପ୍ରଥମ 3ଜଶ ବ୍ୟାଟର ଏବେ ଇଂଲଣ୍ଡ ପାଇଁ ଚିନ୍ତାରେ ଅଛନ୍ତି । ସେମାନେ ସ୍କୋର କଲେ ଇଂଲଣ୍ଡ ବଡ଼ ସ୍କୋର କରିପାରିବ ନଚେତ ପୁଣି ଆଜି ଇଂଲଣ୍ଡ ପରାସ୍ତ ହେବ