ଦ୍ବିତୀୟ ଟି-20 ଖେଳିବ ଭାରତ

ଆଜି ଦ୍ବିତୀୟ ଟି-20 ଖେଳିବ ଭାରତ । ଇଂଲଣ୍ଡ ଗସ୍ତରେ ଥିବା ଭାରତ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତିଥିଲା ବେଳେ ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳାଯିବା ପାଇଁ ପଡିବାକୁ ଓହ୍ଲାଇବେ ରୋହିତବାହିନୀ। ଏହି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ଲକ୍ଷ୍ୟରେ ରହିବ ଭାରତ। ଇମ ଇଣ୍ଡିଆର ଖେଳାଳୀମାନେ ଭଲ ଫର୍ମରେ ରହିଛନ୍ତି । ‌ଟେଷ୍ଟ୍‌ ମ୍ୟାଚ୍‌‌ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି, ଋଷଭ ପନ୍ତ, ଯଶ୍‌ପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି। ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିବା ଚୂଡ଼ାନ୍ତ ‌ଏକାଦଶରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି। ସେପଟେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଇଂଲଣ୍ଡ ଏହି ମ୍ୟାଚରେ ଜିତିବାକୁ ପ୍ରୟାସ ନିଶ୍ଚୟ କରିବ । ଆଜିର ମ୍ୟାଚରେ ବିରାଟ କୋହଲି୍ଙ୍କ ଉପରେ ଚାପ ରହିବ ।

ସେପଟେ ପ୍ରଥମ ଟ୍ବେଣ୍ଟି-୨୦ରେ ପଦାର୍ପଣ କରିଥିବା ‌ଅର୍ଶଦୀପ ସିଂହ ଖେଳିବେ କି ନାହିଁ ତାହା ମ୍ୟାନେଜମେଂଟ ନିଷ୍ପତ୍ତି ନେବ ନଥିବାରୁ ତାଙ୍କ ସ୍ଥାନରେ ବୁମ୍‌ରା ଖେଳିବେ। ଜାଦେଜା ଫେରିଥିବାରୁ ସେ ଅକ୍ଷର ପଟେଲଙ୍କ ସ୍ଥାନ ନେଇପାରନ୍ତି। ସେହିଭଳି ପନ୍ତ ଖେଳିଲେ ଦୀନେଶ କାର୍ତ୍ତିକ ବସିପାରନ୍ତି। ଭୁବନେଶ୍ବର କୁମାର ନୂଆ ବଲ୍‌ରେ ଚମତ୍କାର କରୁଥିବା ବେଳେ ଦଳରେ ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ ରହିଛନ୍ତି। ପୁଣି ବୁମ୍‌ରାଙ୍କ ପ୍ରତ୍ୟାବର୍ତନ ପରେ ଅଧିନାୟକ ରୋହିତଙ୍କ ନିକଟରେ ଦ୍ରୁତ ବୋଲରର ଅନେକ ବିକଳ୍ପ ରହିଛି। ହାର୍ଦିକ ପାଣ୍ଡ୍ୟା ପ୍ରଥମ ଟ୍ବେଣ୍ଟି-୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର କମାଲ ଦେଖାଇଥିଲେ। ହାର୍ଦିକଙ୍କ ସାଙ୍ଗକୁ ସୂର୍ଯ୍ୟକୁମାର ଯାଦବ ଓ ହୁଦା ଭଲ ବ୍ୟାଟିଂ ବି କରିଥିଲେ। ବ୍ୟାଟିଂ ଓ ବୋଲିଂ ନେଇ ଦଳ ଯେତିକି ଚିନ୍ତିତ ନୁହେଁ କ୍ଷେତ୍ରରକ୍ଷଣକୁ ନେଇ ବେଶି ଚିନ୍ତିତ।