ମେଟ୍ରୋ ଟିଭି ଓଡିଶା (୯.୭.୨୦୨୨)
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଅନୁରୋଧ କରିଛି।

ଅପରପକ୍ଷରେ, ରୁଷିଆ କୌଣସି ସମାଧାନ ଅବା ଚୁକ୍ତି ଆଭିମୁଖ୍ୟ ରଖିନଥିବା ମନେହେଉଛି। ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ଅଧିକ ବୃଦ୍ଧି ପାଇବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ଚେତାବନୀ ଦେଇଛନ୍ତି।ପୁଟିନ୍ କହିଛନ୍ତି ଯେ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଜାରି ହୋଇଥିବା କଡ଼ା କଟକଣା ଯୋଗୁ ତେଲ ମୂଲ୍ୟରେ ଏକ ଭୟଙ୍କର ବୃଦ୍ଧି ଘଟାଇବ। ରୁଷିଆର ତୈଳ ଓ ଗ୍ୟାସ ଶିଳ୍ପର ନେତାମାନଙ୍କୁ ସମ୍ବୋଧିତ କରି ପୁଟିନ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଅର୍ଥନୈତିକ ଯୁଦ୍ଧର ଘୋଷଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ରୁଷିଆଠାରୁ କେହି ତୈଳ କ୍ରୟ ନକରିବାକୁ ଚାପ ପ୍ରୟୋଗ କରିଛନ୍ତି। ଏହା ଯୋଗୁ ତୈଳ ଦାମ ସାରା ବିଶ୍ୱରେ ବୃଦ୍ଧି ପାଇଛି।