ଗୁଳିମାଡରେ ସିଞ୍ଜୋ ଆବେଙ୍କ ଦେହାନ୍ତ : ଗଭୀର ଶୋକ ପ୍ରକାଶ କଲେ ମୋଦି

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଗୁଳିମାଡ଼ ପରେ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଜାପାନର ନରା ସହରରେ ଭାଷଣ ଦେଉଥିବା ବେଳେ ଶିଞ୍ଜୋ ଆବେଙ୍କୁ ଆକ୍ରମଣକାରୀ ଦୁଇଟି ଗୁଳି ଚଳାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇପାରିନଥିଲେ । ସୂଚନା ମୁତାବକ ଆବେ ସଂସଦର ଉପର ସଦନର ପ୍ରାର୍ଥୀଙ୍କ ପାଇଁ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ଗୁଳିମାଡର ଶିକାର ହୋଇଥିଲେ। ସେଠାରେ ଉପସ୍ଥିତ ସୁରକ୍ଷାବାହିନୀ ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରିଥିଲା । ସେ ପୂର୍ବରୁ ସ୍ବେଚ୍ଛାସେବୀ ସୈନ୍ୟଭାବେ ନୈାସେନାରେ କାର୍ଯ୍ୟ କରିଥିଲେ । ନିଜେ ତିଆରି କରିଥିବା ବନ୍ଧୁକରେ ଗୁଳି ମାରି ଆବେଙ୍କୁ ହତ୍ୟା କରିଥିଲା ସେସୁୟା । ପୋଲିସ ତଦନ୍ତ ଆରମ୍କଭ କରିଛି । କଣ ପାଇଁ ସେ ହତ୍ୟା କରିଛି ତାହା ଜଣାପଡିନାହିଁ ।

ଗୁଳିମାଡ଼ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ହଠାତ୍‌  ଜୋରରେ କିଛି ଶବ୍ଦ  ହେବା ସହ ସିଞ୍ଜୋ ଆବେ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ପରେ ତାଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଥିଲା । ସଂଗେ ସଂଗେ ଏୟାର ଆମ୍ବୁଲାନସରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା