ପାଣିର ମୂଲ୍ୟ ୪୫ଲକ୍ଷ ଟଙ୍କା
ମେଟ୍ରୋ ଟିଭି ଓଡିଶା,୧୦/୧: ମନୁଷ୍ୟ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଧରିବା ଅସମ୍ବବ ଅଟେ । କେଉଠି ପାଣି ଶସ୍ତାରେ ମିଳେ ତ ଆଉ କେଉଠି ପାଣି ମହଙ୍ଗା ମିଳେ । ସାଧରଣ ଠାରୁ ବଡ ଲୋକ ଯାଏ ସମସ୍ତେ ପାଣି ପିଅନ୍ତି କିନ୍ତୁ ଏପରି ପାଣି ରହିଛି ଯାହାକୁ ସାଧରଣ ଲୋକ ପିଏ ପାରିବେ ନାହିଁ । ଏଜି ପାଣିକୁ କିଭିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ବବ ହୋଇଯାଏ । ଦୁନିଆର ସବୁଠୁ ମହଙ୍ଗା ପାଣି ଯାହାର ମୂଲ୍ୟରେ ଗୋଟେ ମର୍ସିଡିଜ ଗାଡି କିଣି ହେବ ।
ସୂଚନା ଅନୁସାରେ , ଆକ୍ୱା ଦି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଏ ମୋଡିଗ୍ଲିଆନି ଦୁନିଆର ସବୁଠୁ ଦାମୀ ପାଣି ବୋତଲ ।ଯାହାର ମୂଳ୍ୟ ୪୫ଲକ୍ଷ ଟଙ୍କା । ଫିଜି ଓ ଫ୍ରାନ୍ସର ପ୍ରାକୃତିକ ଝରଣାରୁ ଏହି ପାଣି ଆସିଥାଏ । ଏହି ପାଣି ବୋତଲରେ ପ୍ୟାକିଙ୍ଗ୍ ମୂଲ୍ୟ ମଧ୍ୟ ବହୁତ ଅଧିକା । ଏତେ ଟଙ୍କା ଖର୍ଚ୍ଚ କରି କେବଳ ୧ଲିଟର ପାଣି ପିଇହେବ । ଏହି ପାଣିର ମୂଲ୍ୟ ଅଧିକା ପଛରେ ରହିଛି ଏହାର ବୋତଲ ଯାହା ୨୪କ୍ୟାରେଟ ସୁନାରୁ ତିଆରି ହୋଇଥାଏ । ଏହି ବୋତଲକୁ ଡିଜାଇନର ଫର୍ଣ୍ଣାଡୋ ଅଲ୍ଟାମିରାନୋ ଡିଜାଇନ କରିଛନ୍ତି ।ଦୁନିଆର ସବୁଠୁ ଦାମୀ ବୋତଲ କାନ୍ୟାକ ଡୁଡୋଗନ ହେରିଟେଜ ହେନରି ଆଇଭିକୁ ମଧ୍ୟ ଫର୍ଣ୍ଣାଡୋ ଡିଜାଇନ କରିଥିଲେ । ଏହି ପାଣି ସାଧାରଣ ପାଣି ତୁଳନାରେ ବେଶି ଶକ୍ତି ପ୍ରଦାନ କରେ ।