ମେଟ୍ରୋ ଟିଭି ଓଡିଶା,୯/୧: ବିଶ୍ୱରେ ଶତ୍ରୁ ଦେଶ ତଥା ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଓ ହିଂସାକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ଥିବା ପାକିସ୍ତାନରେ ମଧ୍ୟ ଶାନ୍ତିପ୍ରିୟ ଗାଁ ଅଛି । ଏହି ପାକିସ୍ତାନର ଖାଇବର ପାଖତୁନଖ୍ୱା ଓ ଫାଟା ଭଳି ଅଞ୍ଚଳରେ ଆତଙ୍କବାଦୀଙ୍କ ସକ୍ରିୟତା ଯୋଗୁ ଲୋକମାନେ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି । ଏଠାରେ ଥିବା ଶାନ୍ତିପ୍ରୟ ଗାଁକୁ ସ୍ୱର୍ଗ ବୋଲି ତୁଳନା କରାଯାଏ । କାରାକୋରମ୍ ରାଜପଥରେ ଥିବା ଗିଲ୍ଗିଟ୍ ବାଲତିସ୍ତାନର ଗୋଜଲ ତହସିଲରେ ଅବସ୍ଥିତ ଏହି ଗାଁ ପାସୁ ।ଏଠାରେ ଶିକ୍ଷାକୁ ଖୁବ୍ ଗୁରୁତ୍ୱ ଦିଆଯାଏ । ପାକିସ୍ତାନର ଲାହୋର ଓ କରାଚୀର ସାକ୍ଷରତାଠୁ ବେଶି ସ୍ୱାକ୍ଷର ଏହି ଗ୍ରାମବାସୀ । ଏଠାରେ ମଧ୍ୟ ମହିଳାଙ୍କ ସ୍ୱାଧୀନତାକୁ ଗୁରୁତ ଦିଆଯାଏ ।ବିବାହ ଠାରୁ ଆରମ୍ଭ କରି ଶିକ୍ଷା ଆଦି ସବୁ ସିଦ୍ଧାନ୍ତ ଝିଅ ମାନେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି ।
ସୂଚନା ଅନୁଯାୟୀ ଏହି ଗାଁର ଲୋକଙ୍କୁ ବାଖୀ ବୋଲି କହନ୍ତି । ଏମାନେ ଇସମାଇଲି ଧର୍ମକୁ ମାନନ୍ତି ।ଏଠାକାର ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି ।ପୁରୁଷଙ୍କ ସହିତ ମହିଳା ମାନେ ମଧ୍ୟ ଏଠାରେ ଚାଷ ଜମିରେ କାର୍ଯ୍ୟକରନ୍ତି । ପାହାଡ ପର୍ବତ ଘେରରେ ରହିଥିବା ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋଲୋଭା । ୯/୧୧ ଆକ୍ରମଣ ପରେ ଏଠାରେ ଲୋକ ବୁଲିବାକୁ ଆସୁନଥିଲେ ଏବେ ଧିରେ ଧିରେ ଲୋକ ଏଠାକୁ ଆସୁଛନ୍ତି ।