ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ଷ୍ଟ୍ରେଚରରେ ବୋହିକି ନେଉଛନ୍ତି ଭାରତୀୟ ସେନାର ଚିନାର କର୍ପସର ଜବାନ । ପ୍ରବଳ ବରଫପାତ ମଧ୍ୟରେ ମହିଳାଙ୍କୁ ବୋହିନେଉଛନ୍ତି । ଦୀର୍ଘ ବାଟ ଯିବା ପରେ ସୋଫିଆନ୍ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଥିଲେ । ସୁରକ୍ଷିତ ଭାବରେ ଡାକ୍ତରଖାନାରେ ପହଞ୍ଚଥିଲେ ଗର୍ଭବତୀ । ସେଠାରେ ସେ ଶିଶୁପୁତ୍ରକୁ ଜନ୍ମ କରିଛନ୍ତି । ଚିନାର କର୍ପସର ମାନବିକତାକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଶ୍ରୀନଗରସ୍ଥିତ ଚିନାର କର୍ପସ ଭାରତ ପାଇଁ ଚୀନ ଓ ପାକିସ୍ତାନ ବିରୋଧରେ ଠିଆ ହୋଇଛି ।ସେପଟେ ହିମାଞ୍ଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ବରଫପାତ । ଶ୍ରୀନଗର ସହରରେ ବରଫ ବର୍ଷା ଲାଗି ରହିଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲଗାତାର ବରଫ ବର୍ଷା ଯୋଗୁଁ ହାଡ ଭଙ୍ଗା ଶୀତ ଅନୁଭୁତ ହେଉଛି । ତୁଷାତପାତ ଲାଗି ରହିଥିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ସୀମାରେ ୧୭ ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post