ଭୁବନେଶ୍ବରରେ ପହଞ୍ଚିଲା ଡା. ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର,ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ବରରେ ପହଞ୍ଚିଲା ଡା. ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନବନ୍ଦରରେ ମରଶରୀର ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୋଲିସ କମିସନର ଏସ. ଦେବବତ୍ତ ସିଂ ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଆଜି ଭୁବନେଶ୍ବରେ ତାଙ୍କ ଶେଷ ଦର୍ଶନ କରିବେ ବିଶିଷ୍ଟ ବ୍ୟକ୍ତି ବିଶେଷ। କାଲି ସକାଳେ ଏମସ ଭୁବନେଶ୍ବରରୁ ନିଆଯିବ ମରଶରୀର। ସେଠାରୁ ପୈତୃକ ଗାଁ ପୁରୀର ବିରଗୋବିନ୍ଦପୁର ନିଆଯିବ।  ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଫୋନ୍‌ ଯୋଗେ ପରିବାରକୁ ସମବେଦନା ଜଣାଇଛନ୍ତି।ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଏମ୍ସ ନିଆଯିବା ପରେ ଜନ୍ମମାଟି ଅଭିମୁଖେ ନିଆଯିବ। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Leave a comment