ଭାରତ ପାଇଁ ଆସୁଛି ବିପଦ! ପାକିସ୍ତାନ ନିକଟରେ ଡ୍ରୋନର ଫଟୋକୁ ନେଇ ଚର୍ଚ୍ଚା

is-the-drone-located-near-pak-is-danger-for-india

ମେଟ୍ରୋ ଟିଭି ଓଡିଶା (୪.୬.୨୦୨୨)

ପାକିସ୍ତାନ ମୁରିଦ ନିକଟସ୍ଥ ଏୟାରଫୋର୍ସ ବେସରେ ଏକ ଆକ୍ରମଣକାରୀ ଡ୍ରୋନ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ଏହି ଡ୍ରୋନର ଏକ ଫଟୋ ନିଆଯାଇଛି । ତେବେ ସାଟେଲାଇଟ ଫଟୋକୁ ରିହ କରୁତିବା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ହେଉଛି ତୁର୍କିରେ ତିଆରି ହୋଇଥିବା ବେରକ୍ତାର ଟିବି-୨ । ଏହା ଶତୃ ଉପରେ ନଜର ରଖିବା ସହିତ ଆକ୍ରମଣ ମଧ୍ୟ କରିବାରେ ମାହିର । ଏପରିକି ଏହି ଡ୍ରୋନ ବମ ଏବଂ ମିସାଇଲ ମଧ୍ୟ ପକାଇପାରେ ବୋଲି କୁହାଯାଉଛି । ଏହି ସାଟେଲାଇଟ ଚିତ୍ରରେ ୨ଟି ଗ୍ରାଉଣ୍ଟ କଣ୍ଟ୍ରୋଲ ଷ୍ଟେସନ ସ୍ପଷ୍ଟ ଦେଖାଯାଉଛି ।

ତେଣୁ ପାକିସ୍ତାନ ନିକଟରେ ଏଭଳି ଏକାଧିକ(୨-୬)ଟି ଡ୍ରୋନ ଥିବା ନେଇ ଆଶଙ୍କା କରାଯାଉଛି । ଏଗୁଡିକୁ ନିକଟରେ ଉଡାଣ କରାଯାଇଥିବା ବେଳେ ଏଗୁଡିକୁ ରେଡର ଭାବରେ ନାମକରଣ କରାଯାଇଛି । ଏହି ବେରକ୍ତାର ଟିବି-୨ ଡ୍ରୋନର ନିର୍ମାଣ କରିଥିଲା ତୁର୍କି । ୨୦୧୪ରେ ଏହାର ପ୍ରଥମ ଉଡାଣ ହୋଇଥିବା ବେଳେ ତୁର୍କି ସମେତ ଅନ୍ୟ କେତେକ ଦେଶ ଏହାର ଉପଯୋଗ କରୁଛନ୍ତି । ବିଶ୍ୱରେ ଏଭଳି ମୋଟ ୩୦୦ ଡ୍ରୋନ ରହିଛି । ସ୍ୱାଭାବିକ ସ୍ଥଳରେ ଏହାର ଗତି ୧୩୦କି.ମି ପ୍ରତି ଘଣ୍ଟା ରହୁଥିବା ବେଳେ ଘଣ୍ଟା ପ୍ରତି ସର୍ବାଧିକ ୨୨୦ କି.ମି ବେଗରେ ଏହା ଉଡିବାର କ୍ଷମତା ରଖିଛି । ଏହା ସହିତ ୪ ହଜାର କି.ମି ପର୍ଯ୍ୟନ୍ତ ଏହା ଦ୍ୱାରା ଶତୃ ଉପରେ ନଜର ରଖାଯାଇ ପାରିବ ।