ପାଞ୍ଚ ଦିନିଆ ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଠାରୁ ପାଞ୍ଚଦିନିଆ ଆସାମ ଗସ୍ତ ଆରମ୍ଭ କରିଛି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳରେ ପ୍ରମୁଖ ବିକାଶମୂଳକ ଏବଂ ରଣନୀତିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା । ପ୍ରାରମ୍ଭରେ ଏହି ପ୍ରତିନିଧି ଦଳ ବୋଗିବିଲ୍‌ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ ଏବଂ ଐତିହାସିକ ବୋଗିବିଲ୍ ସେତୁ ବୁଲି ଦେଖିଛନ୍ତି । ସେତୁର ଇଞ୍ଜିନିୟରିଂ ଚମତ୍କାର ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ବେଶ୍‌ ପ୍ରଭାବିତ ହୋଇଛନ୍ତି । ସମନ୍ୱିତ ନଦୀ ଜଳମାର୍ଗ ଆଞ୍ଚଳିକ ବିକାଶକୁ କିଭଳି ଆଗେଇ ନେଉଛି ସେ ସମ୍ପର୍କରେ ଓଡ଼ିଶାର ସାମ୍ବାଦିକମାନେ ଜ୍ଞାନ ଆହରଣ କରିଛନ୍ତି । ଏଥିସହିତ ଓଡ଼ିଶା ଭଳି ଉପକୂଳ ଏବଂ ଖଣିଜ ସମୃଦ୍ଧ ରାଜ୍ୟ ପାଇଁ କିପରି ଅନୁରୂପ ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ସାମ୍ବାଦିକମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

Leave a comment