ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ରାଜ୍ୟର ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ରାଜ୍ୟର ହାଇସ୍କୁଲ ଗୁଡ଼ିକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ ।  ଏହି ଅନୁଦାନରେ ସ୍କୁଲ ଗୁଡିକରେ ବିଜ୍ଞାନ ଲାଵ, ସ୍ମାର୍ଟ କ୍ଲାସରୁମ ହେବା ସହିତ ପ୍ରତ୍ୟେକ ଜିଲ୍ଲାରେ ବିଜ୍ଞାନ ପାର୍କ ଗଢି ଉଠିବ ।  କ୍ଲାସରୁମରେ ଥିଓରୀରେ ପଢିବା ପାଠ ବିଜ୍ଞାନ ପାର୍କରେ ଯାଇ ପ୍ରାକ୍ଟିକାଲ କରିବେ ଛାତ୍ରଛାତ୍ରୀ ।  କଟକ ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହି କାମ ପାଇଁ ଏବେ ସର୍ଭେ କାମ ଚାଲିଛି ।  ଆବଶ୍ୟକତା ଅନୁସାରେ ଅର୍ଥ ବ୍ୟୟବରାଦ ହେବ ।  ସରକାରଙ୍କ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।  କଟକ ଜିଲ୍ଲାର ବିଭିନ୍ନ ସ୍କୁଲକୁ ଏହି ଯୋଜନାରେ ସାମିଲ କରି ବିଭିନ୍ନ ସ୍କୁଲକୁ ଏହି ସ୍ୱତନ୍ତ୍ର ଅନୁଦାନ ଆସିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସାଂସଦଙ୍କ ପ୍ରତିନିଧି ତଥା ବିଜେପି ନେତା ଶ୍ରିତମ ଦାସ କହିଛନ୍ତି। କଟକ ବିରିବାଟି ତାରିଣୀ ମନ୍ଦିର ନିକଟରେ ଏଥିପାଇଁ ସାଇନ୍ସ ପାର୍କ ତିଆରି ହେବ ବୋଲି କହିଛନ୍ତି କଟକ ସଦର ବିଧାୟକ ପ୍ରକାଶ ସେଠୀ।

Leave a comment