ମେଟ୍ରୋ ଟିଭି ଓଡିଶା (୨୩.୫.୨୦୨୨)
ଚାରଧାମ ତିର୍ଥଯାତ୍ରା ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ୧୯ତମ ଦିନରେ ଆଠ ଲକ୍ଷ ପହଞ୍ଚିଯାଇଛି । ଦୁଇବର୍ଷ ପରେ ରେକର୍ଡ ସଂଖ୍ୟକ ଯାତ୍ରୀ ଉତ୍ତରାଖାଣ୍ଡରେ ପହଞ୍ଚିଛନ୍ତି । କେଦାରନାଥ ଦର୍ଶନ ପାଇଁ ଖାସକରି ଯୁବଯାତ୍ରୀମାନେ ଜବରଦସ୍ତ ଉତ୍ସାହ ଦେଖାଉଛନ୍ତି । ପ୍ରତିଦିନ ତିର୍ଥଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାରଧାମ ଯାତ୍ରାରେ ଆସୁଥିବା ଯାତ୍ରୀଙ୍କ ଭିଡ଼ ଆଗରେ ସାଧନ କମ୍ ପଡୁଥିବା ନଜର ଆସିଲାଣି । ଭିଡ଼ ଏପରି ବଢୁଛି ଯେ, ହରିଦ୍ୱାର ଏବଂ ଋିଷିକେଶରେ ତିର୍ଥଯାତ୍ରୀଙ୍କ ପାଇଁ ବସ୍ ଯୋଗାଡ଼ କରିବା ପାଇଁ ୩ରୁ ୪ଦିନ ଲାଗି ଯାଉଛି । ଏଥିପାଇଁ ତିର୍ଥଯାତ୍ରୀ କିଛି ଦିନ ପର୍ଯ୍ୟନ୍ତ ହରିଦ୍ୱାର ଏବଂ ଋିଷିକେଶରେ ଧର୍ମଶାଳାରେ ରହୁଛନ୍ତି ।

ତେବେ ଅନ୍ୟରାଜ୍ୟରୁ ଆସୁଥିବା ଏପରିକ ଅନେକ ଯାତ୍ରୀ ଅଛନ୍ତି ଯେଉଁମାନେ ଚାରଧାମ ଯାତ୍ରା ପାଇଁ ବୁକିଂ କରିଛନ୍ତି କିନ୍ତୁ ଋଷିକେଶ-ହରିଦ୍ୱାରରେ ସେମାନଙ୍କୁ ବସ୍ ନମିଳିବାରେ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିଯାଉଛନ୍ତି । ତେବେ ଅଧିକ ଯାତ୍ରୀ ଆସିବା ଫଳରେ ହୋଟେଲ, ଧର୍ମଶାଳା ଚାଳକ, ଅଟୋ ମାନଙ୍କୁ ଏହି ସମୟରେ ଭଲ କାମ ମିଳୁଥିଲେ ମଧ୍ୟ ଆଶାରୁ ଅଧିକ ଯାତ୍ରୀ ଆସିବା ଫଳରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।
ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ମୁତାବକ ଋିଷିକେଶର ପ୍ରଶାସନିକ ଅଧିକାରୀ ଏ.କେ ଶ୍ରୀବାସ୍ତବ କହିଛନ୍ତି ଯେ ମେ ୩ରେ, ୯୨୯୯ ତୀର୍ଥଯାତ୍ରୀ ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ପରିଦର୍ଶନ କରିଥିଲେ।