ବର୍ଗର ରୁ ବାହାରିଲା ବେଙ୍ଗ
ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨)
ବର୍ତ୍ତମାନ ସମୟରେ ସମସ୍ତେ ହାଇଜିନିକ ଖାଦ୍ୟ ପସନ୍ଦ କରୁଛନ୍ତି | ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ଯାଇ ଅର୍ଡର କଲେ ବର୍ଗର । କିନ୍ତୁ ସେଥିରୁ ବାହାରିଲା ଅପରିଷ୍କାର ଭୟଙ୍କର ଜିନିଷ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ଆଫ୍ରିକାରେ ।

ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ତାଙ୍କ ଝିଅଙ୍କ ପାଇଁ ମଗାଇଥିବା ବର୍ଗର ଭିତରୁ ଏକ ମୃତ ବେଙ୍ଗ ପାଇଛନ୍ତି । ଦକ୍ଷିଣ ଆଫ୍ରିକାର ମ୍ପୁମଲଙ୍ଗା ସିଙ୍କୁଡା ସହରରେ ଥିବା ଏକ ବିଶ୍ବ ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ ଏଭଳି ଦେଖିବାକୁ ମିଳିଛି । ବେଜୁଇଡେନହାଉଟ୍ ନାମକ ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ଝିଅ ପାଇଁ ଏକ ଚିକେନ୍ ବର୍ଗର ଅର୍ଡର କରିଥିଲେ । ଅର୍ଡର ଆସିବା ପରେ ତାହାକୁ ଖାଇବା ବେଳକୁ ସେଥିରୁ ଏକ ମୃତ ବେଙ୍ଗ ପାଇଥିଲେ । ଏହି ଘଟଣା ଏକ ଫିଲ୍ମ ଭଳି ବୋଲି ସେ କହିଛନ୍ତି । ସେ ବର୍ଗରକୁ ମ୍ୟାକଫ୍ରଗି ବୋଲି କହିଛନ୍ତି । ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଏହି ନଷ୍ଟ ହୋଇଯାଇଥିବା ବର୍ଗରର ଫଟୋ ସେୟାର କରିଛନ୍ତି । ଏହାସହ ସେ ଏକ ମେସେଜ ଲେଖିଛନ୍ତି ଯେ, ମୋ ଝିଅ ପାଇଁ କିଣାଯାଇଥିବା ଖାଦ୍ୟକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ରେଷ୍ଟୁରାଣ୍ଟକୁ ଧନ୍ୟବାଦ । ସେ ଆହୁରି ଲେଖିଛନ୍ତି ଯେ, ମୁଁ ସବୁବେଳେ ଭାବୁଥିଲି ଯେ ଏଭଳି ଘଟଣା କେବଳ ଫିଲ୍ମରେ ହିଁ ହୁଏ, କିନ୍ତୁ ଆଜି ରାତିରେ ଏହା ଆମ ସହ ଘଟିଛି । ବେଜୁଇଡେନହାଉଟ୍ଙ୍କ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟରେ ୧ ହଜାରରୁ ଅଧିକ କମେଣ୍ଟ ମିଳିଥିଲା । ଅନେକ ଲୋକ ଏହାକୁ ସେୟାର ମଧ୍ୟ କରିଥିଲେ । ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟର ମୁଖପାତ୍ରଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସେମାନେ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଷ୍ଟୋରର ମଧ୍ୟ ଯାଞ୍ଚ କରିବେ ।ବର୍ତ୍ତମାନ ସମୟରେ ସମସ୍ତେ ହାଇଜିନିକ ଖାଦ୍ୟ ପସନ୍ଦ କରୁଛନ୍ତି | ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ଯାଇ ଅର୍ଡର କଲେ ବର୍ଗର । କିନ୍ତୁ ସେଥିରୁ ବାହାରିଲା ଅପରିଷ୍କାର ଭୟଙ୍କର ଜିନିଷ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ଆଫ୍ରିକାରେ । ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ତାଙ୍କ ଝିଅଙ୍କ ପାଇଁ ମଗାଇଥିବା ବର୍ଗର ଭିତରୁ ଏକ ମୃତ ବେଙ୍ଗ ପାଇଛନ୍ତି । ଦକ୍ଷିଣ ଆଫ୍ରିକାର ମ୍ପୁମଲଙ୍ଗା ସିଙ୍କୁଡା ସହରରେ ଥିବା ଏକ ବିଶ୍ବ ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ ଏଭଳି ଦେଖିବାକୁ ମିଳିଛି । ବେଜୁଇଡେନହାଉଟ୍ ନାମକ ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ଝିଅ ପାଇଁ ଏକ ଚିକେନ୍ ବର୍ଗର ଅର୍ଡର କରିଥିଲେ । ଅର୍ଡର ଆସିବା ପରେ ତାହାକୁ ଖାଇବା ବେଳକୁ ସେଥିରୁ ଏକ ମୃତ ବେଙ୍ଗ ପାଇଥିଲେ । ଏହି ଘଟଣା ଏକ ଫିଲ୍ମ ଭଳି ବୋଲି ସେ କହିଛନ୍ତି । ସେ ବର୍ଗରକୁ ମ୍ୟାକଫ୍ରଗି ବୋଲି କହିଛନ୍ତି । ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଏହି ନଷ୍ଟ ହୋଇଯାଇଥିବା ବର୍ଗରର ଫଟୋ ସେୟାର କରିଛନ୍ତି । ଏହାସହ ସେ ଏକ ମେସେଜ ଲେଖିଛନ୍ତି ଯେ, ମୋ ଝିଅ ପାଇଁ କିଣାଯାଇଥିବା ଖାଦ୍ୟକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ରେଷ୍ଟୁରାଣ୍ଟକୁ ଧନ୍ୟବାଦ । ସେ ଆହୁରି ଲେଖିଛନ୍ତି ଯେ, ମୁଁ ସବୁବେଳେ ଭାବୁଥିଲି ଯେ ଏଭଳି ଘଟଣା କେବଳ ଫିଲ୍ମରେ ହିଁ ହୁଏ, କିନ୍ତୁ ଆଜି ରାତିରେ ଏହା ଆମ ସହ ଘଟିଛି । ବେଜୁଇଡେନହାଉଟ୍ଙ୍କ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟରେ ୧ ହଜାରରୁ ଅଧିକ କମେଣ୍ଟ ମିଳିଥିଲା । ଅନେକ ଲୋକ ଏହାକୁ ସେୟାର ମଧ୍ୟ କରିଥିଲେ । ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟର ମୁଖପାତ୍ରଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ସେମାନେ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଷ୍ଟୋରର ମଧ୍ୟ ଯାଞ୍ଚ କରିବେ ।