ଧୋନୀ ଦେଲେ ଚେତାବନୀ

ଧୋନୀ ଦେଲେ ଚେତାବନୀ

ମେଟ୍ରୋ ଟିଭି ଓଡିଶା (୧୩.୫.୨୦୨୨)

ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ୱିତୀୟ ଟିମ ଭାବରେ ପ୍ଲେଅଫରୁ ବାଦ ପଡିଛି ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇଠାରୁ ୫ ଓିକେଟରେ ପରାସ୍ତ ହୋଇ ଦଳ ଏବେ ପ୍ଲେଅଫ ରେସରୁ ବିଦା ହୋଇଛି । ମ୍ୟାଚ ପରେ ପ୍ରେଜେଣ୍ଟେସନ ସେରିମୋନୀରେ ଧୋନୀଙ୍କ ଆଖିରେ ପ୍ଲେଅପରେ ନ ପହଞ୍ଚିବାର ଦୁଃଖ ବାରି ହୋଇଛି । ତେବେ ଏହି ମ୍ୟାଚରେ ଆଗାମୀ ସିଜନ ପାଇଁ ଅନ୍ୟ ସମସ୍ତ ଦଳକୁ ସେ ଏକ ଚେତାବନୀ ଦେଇଛନ୍ତି । ପୁଣିଥରେ ଜବୀଦସ୍ତ କମବ୍ୟାକର ପ୍ରତିଶ୍ରୁତି ଦେଇଛନ୍ତି କ୍ୟାପଟେନ କୁଲ । ଏହାପରେ ଫ୍ୟାନ୍ସମାନଙ୍କର ମନେ ପଡି ଯାଇଛି ୨୦୨୦ର ଧୋନୀଙ୍କ ସେହି ପଦେ କଥା “ଡେଫିନାଇଟଲି ନଟ’ ।

ଆଗାମୀ ସିଜନରେ ଧୋନୀ ପୁଣିଥରେ ଚେନ୍ନାଇର ନେତୃତ୍ୱ ନେବେ ବୋଲି ବିଶ୍ୱାସ କରୁଛନ୍ତି କୋଟି କୋଟି ପ୍ରଶଂସକ । ଆଗାମୀ ସିଜନରେ ଏ ବର୍ଷର ପ୍ରଦର୍ଶନକୁ ଭୁଲି ଦଳ ୨୦୨୧ ଭଳି ଆଉ ଏକ ଧମାକାଦାର କମବ୍ୟାକ କରିବ ବୋଲି ଆଶା ରଖିଛନ୍ତି । ଏ ନେଇ ଧୋନୀ ମଧ୍ୟ ଅନ୍ୟ ଦଳମାନଙ୍କୁ ଚେତାବନୀ ଦେଇଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ନିଜ ପେସ ବୋଲରମାନଙ୍କୁୁ ନେଇ ଖୁବ ପ୍ରଶଂସା କରିଛନ୍ତି ଧୋନୀ । ୧୩୦ ରନରୁକମ ସ୍କୋରକୁ ଡିଫେଣ୍ଡ କରିବା କୌଣସି ବି ପିଚରେ କଷ୍ଟକର ହୋଇଥାଏ । ତେବେ ଏହି ପରାଜୟକୁ ଭୁଲିଯିବା ପାଇଁ ଖେଳାଳିମାନଭ୍କୁ କହିଥିଲେ ମାହି । କିନ୍ତୁ ୨ ଯୁବ ବୋଲର ସିମରଜିତ ଏବଂ ବିଶେଷ କରି ମୁକେଶ ଚୌଧୂରୀଙ୍କ ବୋଲିଂକୁ ସେ ଖୁବ ପ୍ରଶଂସା କରିଛନ୍ତି ।