ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)

ବେଳେ ବେଳେ ଏହି ଧୂଳି ଝଡ଼ ଏତେ ବଡ଼ ଆକାର ଧାରଣ କରେ ଯେ ଘର ଦ୍ୱାର ଓ ଗାଡ଼ି ମଟର ବି ଉପରକୁ ଉଠାଇ ନିଏ। ନିକଟରେ ଆମେରିକାରେ ସେମିତି ଏକ ଧୂଳି ଝଡ଼ ବହିଯାଇଛି। ଏହି ଧୂଳି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଏହାକୁ ଛୋଟ ଟର୍ଣ୍ଣାଡୋ ବୋଲି ମଧ୍ୟ କହୁଥିବା ଦେଖାଯାଇଛି। ଖରା ବଢ଼ିବା ଯୋଗୁ ଆମେରିକାର କେତେକ ସହରରେ ଏବେ ଗରମ ପବନ ଉପରକୁ ଉଠୁଛି ଓ ତାହାର ସ୍ଥାନ ପୂରଣ କରିବାକୁ ଥଣ୍ଡା ପବନ ତଳକୁ ଆସୁଥିବା ଦେଖାଯାଇଛି। ଫଳ ସ୍ୱରୂପ କେତେକ ସ୍ଥାନରେ ଟର୍ଣ୍ଣାଡୋ ହେଉଥିବା ନଜର ଆସିଛି। ଏହି ଟର୍ଣ୍ଣାଡୋ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଜନ ଜୀବନ ହାନି ହୋଇଥିବା ଦେଖିବାକୁ ମିଳିଛି।

ଏବେ ସୋସିଆଲ ମିଡିଆରେ ଆମେରିକାର ଟର୍ଣ୍ଣାଡୋର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ଭୟଙ୍କର ଟର୍ଣ୍ଣାଡ଼ୋ ଥମି ଯାଇ ଛୋଟ ଘୂର୍ଣ୍ଣିଝଡ଼ରେ ପରିଣତ ହେଉଥିବା ଦେଖାଯାଇଛି। ଏହି ଭିଡିଓରେ ମାଟି ତଳୁ ପ୍ରବଳ ବେଗରେ ପବନ ଉପର ଆଡ଼କୁ ଯାଉଥିବା ଦେଖାଯାଇଛି। ତେବେ ଏହା ସାମାନ୍ୟ ଶକ୍ତିଶାଳୀ ଥିବାରୁ ଲୋକଙ୍କର ଏତେଟା କ୍ଷତି କରିନାହିଁ।ଭାଇରାଲ ହେଉଥିବା ଏହି ଭିଡିଓ କ୍ଲିପ୍‌ରେ ଦ୍ରୁତ ଗତିରେ ଉପରକୁ ଉଠୁଥିବା ପବନ ଧଳା ରଙ୍ଗର ଧୂଳିକୁ ବି ନିଜ ଆଡ଼କୁ ଟାଣି ନେଇ ଉପରକୁ ଚାଲି ଯାଉଥିବା ଦେଖାଯାଇଛି। ପାଖରେ ଠିଆ ହୋଇଥିବା ଲୋକମାନେ ଏହାକୁ ବେବି ଟର୍ଣ୍ଣାଡୋ ବୋଲି କହୁଥିବା ଶୁଭୁଛି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ unilad ଆକାଉଣ୍ଟରୁ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରୁଛନ୍ତି।