ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)
ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ। ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ‘ପଡ଼ୋଶୀ ପ୍ରଥମେ’ ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍ ଡଲାର୍ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଏହା ବେଶ୍ ସହାୟକ ହେବ ବୋଲି ଭାରତ ଆଶା ରଖିଛି।

ସେହିଭଳି ଅତ୍ୟାବଶ୍ୟକୀୟ ସାମାଗ୍ରୀର ଅଭାବକୁ ଦୃଷ୍ଟିରେ ରଖି ଭାରତ ଶ୍ରୀଲଙ୍କାକୁ ଖାଦ୍ୟ ଏବଂ ଔଷଧ ପଠାଇଛି ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଶ୍ରୀଲଙ୍କାବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ପୁଣି ସାମିଲ ହେବେ ବୋଲି ଶ୍ରୀ ବାଗ୍ଚି କହିଛନ୍ତି।