ମେଟ୍ରୋ ଟିଭି ଓଡିଶା ( ୬.୫.୨୦୨୨ )
ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି । ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ବର୍ତ୍ତମାନ ସମୟରେ ଚୀନରେ କୋଭିଡ-୧୯ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

୧୯ତମ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଏସୀୟ ରାଷ୍ଟ୍ରମାନଙ୍କରୁ ପାଖାପାଖି ୧୦ ହଜାର ଆଥଲେଟ୍ସ ହାଙ୍ଗଝୁରେ ପହଞ୍ଚି ସାରିଥିଲେ । ଏହି ପ୍ରତିଯୋଗୀମାନେ ୪୦ରୁ ଅଧିକ ଇଭେଷ୍ଟରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ କୋଭିଡ୍ କାରଣରୁ ଏହି ବୃହତ ଇଭେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।