ଅଲବିଦା ୨୦୨୫, ସ୍ୱାଗତ ୨୦୨୬ , ନୂଆବର୍ଷର ଅଭିନନ୍ଦନ

 ନୂଆ ବର୍ଷକୁ ସ୍ୱାଗତ ପାଇଁ ଉତ୍ସବମୁଖର ସାରା ବିଶ୍ୱ

ଡିଜେର ତାଳେ ତାଳେ ନାଚିଲା ଓଡ଼ିଶା ।  ଧୁମ୍‌ଧାମ୍‌ରେ ପାଳିତ ହେଲା ‘ଜିରୋ ନାଇଟ୍’ ସେଲିବ୍ରେସନ୍ ।  ଅଲବିଦା ୨୦୨୫, ସ୍ୱାଗତ ୨୦୨୬। ଘଣ୍ଟାର କଣ୍ଟା ରାତି ୧୨ଟା ଛୁଇଁବା କ୍ଷଣି ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ନବବର୍ଷର ମାହୋଲ। ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ‘ଜିରୋ ନାଇଟ୍’ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଅଭୂତପୂର୍ବ ଉତ୍ସାହ। ଡିଜେର ତାଳେ ତାଳେ ଏବଂ ରଙ୍ଗାରଙ୍ଗ ଆତିଶବାଜି ଭିତରେ ଲୋକେ ନୂଆ ବର୍ଷ ୨୦୨୬କୁ ସ୍ୱାଗତ କରିଛନ୍ତି।

ଭୁବନେଶ୍ୱରର ବିଭିନ୍ନ ହୋଟେଲ, କ୍ଲବ୍ ଏବଂ ଆପାର୍ଟମେଣ୍ଟରେ ଜମିଥିଲା ନାଚ ଓ ଗୀତର ଆସର। ରାତି ୧୨ଟା ବାଜିବା ମାତ୍ରେ ଆକାଶ ରଙ୍ଗବେରଙ୍ଗର ଆଲୋକରେ ଝଲସି ଉଠିଥିଲା। ଯୁବପିଢ଼ିମାନେ ଡିଜେ ଗୀତରେ ଝୁମିବା ସହ ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। କେବଳ ଭୁବନେଶ୍ୱର ନୁହେଁ, କଟକ, ପୁରୀ, ସମ୍ବଲପୁର ଓ ବ୍ରହ୍ମପୁର ଭଳି ପ୍ରମୁଖ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।

 

ହଜିଯିବ ୨୦୨୫ ଏବଂ ଆଗମନ ହେବ ଏକ ନୂଆ ସକାଳର, ଏକ ନୂଆ ବର୍ଷର।  ୨୦୨୫କୁ ଖୁସିରେ ବିଦାୟ ଜଣାଇ ୨୦୨୬କୁ ଉତ୍ସାହର ସହ ସ୍ୱାଗତ କରିବା ପାଇଁ ଏବେ ସାରା ବିଶ୍ୱ ଉତ୍ସବମୁଖର। ଗାଁଠୁ ସହର, ଚଳଚଞ୍ଚଳ ହୋଇଉଠିଛି ପରିବେଶ।

ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ କାହାର ବା ଉତ୍ସାହ ନଥାଏ? କେହି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଭିଡ଼ ଜମାଇଲେଣି ତ କିଏ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ମନପସନ୍ଦର ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚି ସାରିଲେଣି। ଚାରିଆଡ଼େ କେବଳ ଗୋଟିଏ ସ୍ୱର— “ହ୍ୟାପି ନିଉ ଇୟର”

୨୦୨୫କୁ ଖୁସିରେ ବିଦାୟ ଜଣାଇ ୨୦୨୬କୁ ଉତ୍ସାହର ସହ ସ୍ବାଗତ ଜଣାଇବାକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର ।  ଆସିଛି ୨୦୨୬ । ନୂଆବର୍ଷକୁ ଉତ୍ସାହ,ଉଦ୍ଦୀପନା ଓ ଖୁସିର ସ୍ବାଗତ ଜଣାଇବାକୁ କାହାର ବା ଇଚ୍ଛା ନଥାଏ । ତେଣୁ ଘର ପରିବାର ସାଙ୍ଗସାଥୀଙ୍କୁ ନେଇ ସହ ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ  ପହଁଚୁଛନ୍ତି ଲୋକ । କିଏ ବରଫପାତର ମଜା ନେବାକୁ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, କାଶ୍ମୀର ଓ ହିମାଚଳରେ ପହଞ୍ଚିଛି ତ ପୁଣି କିଏ ରାଜସ୍ଥାନ ମରୂଭୂମିରେ ପହଁଞ୍ଚିଛନ୍ତି  । ଚାରିଆଡ଼େ କେବଳ ଗୋଟିଏ ସ୍ୱର— “ହ୍ୟାପି ନିଉ ଇୟର”

Leave a comment