ଗୁଗଲ କ୍ରୋମକୁ ନେଇ ସରକାରଙ୍କ ପରାମର୍ଶ, ଜଲଦୀ କରିନିଅନ୍ତୁ ଏହି କାମ
ମେଟ୍ରୋ ଟିଭି ଓଡିଶା(୩. ୫. ୨୦୨୨ )
ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଉଜର ମଧ୍ୟରୁ ଗୋଟିଏ ହେଉଛି ଗୁଗଲ କ୍ରୋମ । ଏହାର ବ୍ୟବହାର କୋଟି କୋଟି ୟୁଜର୍ସ କରୁଛନ୍ତି । ଭାରତରେ ମଧ୍ୟ କୋଟି କୋଟି ଲୋକ ମୋବାଇଲ ଏବଂ କମ୍ପ୍ୟୁଟରରେ ଏହାର ବ୍ୟବହାର କରୁଛନ୍ତି । ଏଥିପାଇଁ ସବୁବେଳେ ହ୍ୟାକର୍ସଙ୍କ ନଜରରେ ରହିଆସିଛି ଏହି ବ୍ରାଉଜର । ସାଇବର ସୁରକ୍ଷା ନୋଡାଲ ଏଜେନ୍ସୀ ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସୀ ରେସ୍ପନ୍ସ ଟିମ୍ (ସିଇଆରଟି-ଇନ) ନିକଟରେ ଗୁଗଲ କ୍ରୋମକୁ ନେଇ ସତର୍କତା ଜାରି କରିଥିଲା ।ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଉଜର ମଧ୍ୟରୁ ଗୋଟିଏ ହେଉଛି ଗୁଗଲ କ୍ରୋମ । ଏହାର ବ୍ୟବହାର କୋଟି କୋଟି ୟୁଜର୍ସ କରୁଛନ୍ତି । ଭାରତରେ ମଧ୍ୟ କୋଟି କୋଟି ଲୋକ ମୋବାଇଲ ଏବଂ କମ୍ପ୍ୟୁଟରରେ ଏହାର ବ୍ୟବହାର କରୁଛନ୍ତି । ଏଥିପାଇଁ ସବୁବେଳେ ହ୍ୟାକର୍ସଙ୍କ ନଜରରେ ରହିଆସିଛି ଏହି ବ୍ରାଉଜର । ସାଇବର ସୁରକ୍ଷା ନୋଡାଲ ଏଜେନ୍ସୀ ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସୀ ରେସ୍ପନ୍ସ ଟିମ୍ (ସିଇଆରଟି-ଇନ) ନିକଟରେ ଗୁଗଲ କ୍ରୋମକୁ ନେଇ ସତର୍କତା ଜାରି କରିଥିଲା ।
ସିଇଆରଟି-ଇନ କ୍ରୋମ ୟୁଜର୍ସଙ୍କ ପାଇଁ ସତର୍କତା ଜାରି କରିବା ସହ କହିଥିଲା ଯେ ନିଜର ଡେସ୍କଟପ୍ ବ୍ରାଉଜରକୁ ଯଥାଶୀଘ୍ର ଅପଡେଟ କରିନିଅନ୍ତୁ । ଗୁଗଲ କ୍ରୋମ ବ୍ରାଉଜରରେ ଥିବା ଏହାର ବିଭିନ୍ନ ଭୁଲକୁ ସ୍ୱୀକାର କରିଥିଲା ଏବଂ ଅପଡେଟ ଜାରି କରିଥିଲା । ଏହାକୁ ଦୃଷ୍ଟିରେ ରଖି ସିଆରଟି-ଇନ ଏହାକୁ ନେଇ ନୋଟ ଜାରି କରିଥିଲା ।

ସିଇଆରଟି-ଇନ ଏହାର ନୋଟ ରେ କହିଥିଲା ଯେ ଗୁୁଗଲ କ୍ରୋମ ଅଧିକ ସମ୍ବେଦନଶୀଳ ସାଇବର ଆକ୍ରମଣକୁ ଆକର୍ଷିତ କରିପାରେ । ଏହା ହ୍ୟାକରଙ୍କୁ ଦୂରରେ ବସି ମଧ୍ୟ ଆପଣଙ୍କ ସିଷ୍ଟମ ରେ ବିପଦଜନକ କୋଡ ଏକ୍ଜିକ୍ୟୁଟ କରିବା ଏବଂ ସିକ୍ୟୁରିଟିକୁ ଭେଦ କରିବା ଭଳି କାମ କରିପାରିବେ । ସିଇଆରଟି-ଇନ କ୍ରୋମ ୟୁଜର୍ସଙ୍କ ପାଇଁ ସତର୍କତା ଜାରି କରିବା ସହ କହିଥିଲା ଯେ ନିଜର ଡେସ୍କଟପ୍ ବ୍ରାଉଜରକୁ ଯଥାଶୀଘ୍ର ଅପଡେଟ କରିନିଅନ୍ତୁ । ଗୁଗଲ କ୍ରୋମ ବ୍ରାଉଜରରେ ଥିବା ଏହାର ବିଭିନ୍ନ ଭୁଲକୁ ସ୍ୱୀକାର କରିଥିଲା ଏବଂ ଅପଡେଟ ଜାରି କରିଥିଲା । ଏହାକୁ ଦୃଷ୍ଟିରେ ରଖି ସିଆରଟି-ଇନ ଏହାକୁ ନେଇ ନୋଟ ଜାରି କରିଥିଲା ।
ସିଇଆରଟି-ଇନ ଏହାର ନୋଟ ରେ କହିଥିଲା ଯେ ଗୁୁଗଲ କ୍ରୋମ ଅଧିକ ସମ୍ବେଦନଶୀଳ ସାଇବର ଆକ୍ରମଣକୁ ଆକର୍ଷିତ କରିପାରେ । ଏହା ହ୍ୟାକରଙ୍କୁ ଦୂରରେ ବସି ମଧ୍ୟ ଆପଣଙ୍କ ସିଷ୍ଟମ ରେ ବିପଦଜନକ କୋଡ ଏକ୍ଜିକ୍ୟୁଟ କରିବା ଏବଂ ସିକ୍ୟୁରିଟିକୁ ଭେଦ କରିବା ଭଳି କାମ କରିପାରିବେ ।