ବରଫାବୃତ ହୋଇଛି ବଦ୍ରିନାଥ ମନ୍ଦିର

ବରଫାବୃତ ହୋଇଛି ବଦ୍ରିନାଥ ମନ୍ଦିର

ମେଟ୍ରୋ ଟିଭି ଓଡିଶା,୭/୧: ଶୀତର ଆସର ନେଇ ଆସିଛି ପ୍ରାକୃତିକ ସୌନ୍ଦର୍ଯ୍ୟ । ପ୍ରକୃତିରାଣୀ ତାର ଅପରୂପ ସୌନ୍ଦର୍ଯ୍ୟକୁ ବିଚୁରିତ କରୁଛି ଉତ୍ତରାଖଣ୍ଡରେ । ପ୍ରକୃୃତି କୋଳରେ ରହିଛି ବଦ୍ରିନାଥ ମନ୍ଦିର ଯାହା ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି । ଭଗବାନ ଶିବଙ୍କର ଏହି ମନ୍ଦିର ବହୁତ ଶଦ୍ଧ୍ରାଳୁଙ୍କୁ ଭକ୍ତିମୟ କରିଦିଏ ।ଏହି ମନ୍ଦିରକୁ ଯିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି। କାରଣ ଏହି ମନ୍ଦିର ୬ ମାସ ଖୋଲା ରୁହେ ଏବଂ ୬ ମାସ ବନ୍ଦ ରୁହେ। ଶୀତ ଦିନେ ଏହି ସ୍ଥାନକୁ ଯିବାକୁ ବାରଣ କରାଯାଏ କାରଣ ଏହି ସ୍ଥାନ ବରଫରେ ଆଦୃତ ହୋଇଥିବାରୁ ଲୋକଙ୍କ ପାଇ ଏହା ବିପତ୍ତିଜନକ ହୋଇଥାଏ । କିନ୍ତୁ ଏହି ମନ୍ଦିରଟି ବରଫରେ ଘୋଡାଇ ହୋଇ ଅତି ସୁନ୍ଦର ଦୃଶ୍ୟମାନ ହୁଏ ।

ବରଫ ବର୍ଷା କାରଣରୁ ଏହିଠାରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ହୋଇଯାଏ। ଏହି କାରଣରୁ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସମ୍ଭବ ହୁଏ ନାହିଁ। ଏହି ସମୟରେ କିଛି ଫଟୋ ଖୁବ ଭାଇରାଲ ହୋଇଥାଏ । ବରଫାବୃତ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କ ମନକୁ ଛୁଇଁଯାଏ। ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ମନ୍ଦିରରେ ବରଫ ବର୍ଷା କାରଣରୁ ପୁରା ଇଲାକା ୨ ରୁ ୩ ଫୁଟ ପର‌୍ୟ୍ୟନ୍ତ ମୋଟା ବରଫରେ ଅଚ୍ଛାଦିତ ହୋଇଯାଇଛି। ଏବେ ବଦ୍ରିନାଥରେ ଜବରଦସ୍ତ ଶୀତ ଲହର ଜାରି ରହିଛି। ତାପମାତ୍ରା ମାଇନସ୍ ୧୯ ଡିଗ୍ରୀ ସେଲସିୟସ୍ ହୋଇଛି। ଏମିତିକି ଏଠାରେ ପାଣି ମଧ୍ୟ ବରଫ ହୋଇଯାଏ। କେବଳ ତୃପ୍ତ କୁଣ୍ଡର ପାଣି ଗରମ ଅଛି। ଯାହାର ଉପଭୋଗ ଲୋକ କରନ୍ତି।