ଛେପ ଲଗାଇ କେଶ କାଟି ବିବାଦରେ ଜାଭେଦ ହବିବ
ମେଟ୍ରୋ ଟିଭି ଓଡିଶା,୭/୧: ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କର କେଶ କାଟୁଥିବା ବେଳେ ଛେପ ଲଗାଇ ବିବାଦରେ ଫସିଛନ୍ତି ଜାଭେଦ ହବିବ । ଏନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ଭାଇରଲ ହେଉଥିବା ଭିଡିଓଟି ୩ ଜାନୁଆରୀର ବୋଲି ଜଣାପଡିଛି।
ଭିଡିଓରେ ଦାବି କରାଯାଇଛି ଯେ, ଜାଭେଦ ହବିବ ଚୁଟି କାଟିଲା ବେଳେ ପାଣି ବଦଳରେ ଛେପ ବ୍ୟବହାର କରିଛନ୍ତି। ସେ କହିଛନ୍ତି, ତାଙ୍କର ଏହି ଛେପରେ ଜୀବନ ଅଛି। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଏହି ଭିଡିଓଟି ମୁଜାଫରନଗରର ବୋଲି ଜଣାପଡିଛି । ଚୁଟି କାଟିବା ବେଳେ ସେ କହୁଛନ୍ତି, ‘ଶାମ୍ପୁ ପ୍ରୟୋଗ କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଯଦି ପାଣିର ଅଭାବ ଥାଏ, ଏହି ଛେପରେ ଜୀବନ ଅଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୋରଦାର ତାଳି ମାରୁଛନ୍ତି। ଭିଡିଓରେ ଥିବା ମହିଳା ଜଣଙ୍କ ପୂଜା ଗୁପ୍ତା ବୋଲି ସୂଚନା ମିଳିଛି । ମହିଳା ଜଣକ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଜାଭେଦ ହବିବଙ୍କୁ ବହୁତ ସମାଲୋଚନା କରିଛନ୍ତି । ସେ ଭିଡିଓରେ ନିଜର ପରିଚୟ ଦେବା ସହ ବଡୋତ୍ ବାସିନ୍ଦା ବୋଲି କହିଛନ୍ତି ଓ ସେ ଜାଭେଦଙ୍କ ଏପରି ବ୍ୟବହାରକୁ ନେଇ ସମାଲୋଚନା କରି କହିଛନ୍ତି ସେ ଗଳିକନ୍ଦିରେ ଚୁଟି କଟିବେ କିନ୍ତୁ ଜାଭେଦ ହବିବଙ୍କ ପାଖରେ ନୁହେଁ ।