ରାଶିଫଳ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ଅଦ୍ୟ ସେପ୍ଟେମ୍ବର ମାସ ୨୫ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ଚତୁର୍ଥୀ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୭/୩୮ ଗତେ ବିଶାଖା
ଚନ୍ଦ୍ର- ତୁଳା
ଯୋଗ- ବୈଧୃତି
କରଣ – ଗର
ସୌରମାସ- କନ୍ୟା ୦୯ ଦିନ

ମେଷ: ଅନୁଭବୀ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ ସମସ୍ୟାର ସମାଧାନ ହୋଇଯିବ। କଠିନ ପରିଶ୍ରମ‌ର ସକାରାତ୍ମକ ଫଳ ପାଇବେ। ଯେଉଁ ମହିଳା ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ତାଙ୍କ ଲାଗି ଦିନଟି ଭଲ। ‌

ମିଥୁନ: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହୋଇପାରେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।

କର୍କଟ: ଦିନଚର୍ଯ୍ୟା ପାଇଁ କରିଥିବା ନିୟମ ଆପଣଙ୍କୁ ଆରାମ ଦେବ। କୌଣସି କ୍ଷେତ୍ରରେ ପୁଞି ନିବେଶ କରନ୍ତୁ ନିକଟ ଭବିଷ୍ୟତରେ ଲାଭ ହେବ। ମାତା ପିତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।

ସିଂହ: ଜମି ବ୍ୟବସାୟୀ ଲାଭପ୍ରଦ ସଉଦା ପାଇବେ। କିଛି ନୂଆ କରିବା ଲାଗି କିଛି ନୂଆ କୌଶଳ ଗ୍ରହଣ କରିବେ। ଘରକୁ ବନ୍ଧୁ ଆସିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କନ୍ୟା: ଶିକ୍ଷଣ କାର୍ଯ୍ୟରେ ସଫଳତା ପାଇବେ। କାହାରି ଉପରେ ଭରସା କରିବା ପୂର୍ବରୁ ଭାଲଭାବେ ଚିନ୍ତା କରନ୍ତୁ। ବ୍ୟକ୍ତିଗତ କାମ ସହିତ ଘରର ଦାୟିତ୍ବ ବଢ଼ିବ। ଉନ୍ନତି ପାଇଁ ମଉକା ପାଇବେ।

ତୁଳା: ଆପଣଙ୍କ ଲାଗି ଅନୁକୂଳ ପରିସ୍ଥିତି ରହିବ। ଅନ୍ୟମାନଙ୍କ ଠୁ ସାହାଯ୍ୟ ଆଶା ରଖନ୍ତୁ ନାହିଁ। କୌଣସି ଖୁସି ଖବର ପାଇ‌ବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବିଛା: ନୂଆ ଯୋଜନା ଉପରେ କାମ କରି ଭଲ ପରିଣାମ ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ। ବିଦ୍ୟାର୍ଥୀ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆପଣଙ୍କ ଉପରେ ଅଧିକ ଦାୟିତ୍ବ ରହିବ। ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ। ବିବାହିତ ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ। ରାଜନୀତି ସଫଳତା ପାଇବେ।

ମକର: ଭାଗୀଦାରି ବ୍ୟବସାୟରେ ଉଚିତ ତାଳମେଳ ରହିବ। ଆର୍ଥିକ ରୂପେ ମଜଭୁତ ବଜାୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।

କୁମ୍ଭ: ଅଟକି ରହିଥିବା କାମ ଆଉଥରେ ଆରମ୍ଭ କରନ୍ତୁ ଫାଇଦା ହୋଇପାରେ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସିର ମାହୋଲ ରହିବ। ଧନଲାଭର ସମ୍ଭାବନା। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ।

ମୀନ: ବ୍ୟବସାୟ କାମରେ କୌଣସି ନିଷ୍ପତ୍ତି ନେବାବେଳେ ପରିବାର ଲୋକଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। କଲେଜରେ ନୂଆ ସାଙ୍ଗ ବନାଇବେ। ଗାଡ଼ି ସାବଧାନତାର ସହ ଚଳାନ୍ତୁ।

Leave a comment