ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଗତକାଲି ନିଲମ୍ବନ କରିଥିଲା। ଏବେ ଚର୍ଚା ହେଉଛି ସେ କେଉଁ ଦଳକୁ ଯିବେ । କଂଗ୍ରେସ ତାଙ୍କ ସହିତ କଥା ଆରମ୍ଭ କରିଛି । ତେବେ ବିଜେପି ମଧ୍ୟ ତାଙ୍କୁ ଦଳରେ ନେବାକୁ ଚାହିଁବ । କାର୍ଯ୍ୟାନୁଷ୍ଠାନକୁ ନେଇ ଗତକାଲିଠାରୁ ବୟାନବାଜି ଜାରି ରହିଛି। ବିଜେଡିର ବରିଷ୍ଠ ନେତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ଶ୍ରୀମୟୀଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଶ୍ରୀମୟୀ ବି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଜବାବ ଦେଉଛନ୍ତି। ଫଳରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ଶ୍ରୀମୟୀଙ୍କ ଉପରେ ଫୋକସ୍ ହୋଇଛି। ଗତକାଲି ନିଲମ୍ବନ ପରେ ସିଧା ଶ୍ରୀମୟୀ ଜଣାଇ ଦେଇଥିଲେ ଯେ ସେ ନିଜର ସଦସ୍ୟତା ନବୀକରଣ କରିନାହାନ୍ତି, ଦଳ ତାଙ୍କୁ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ତାଙ୍କର ସଦସ୍ୟତାର କ୍ରମିକ ନମ୍ବର ଜଣାଇବାକୁ ବି ସେ ସିଧାସଳଖ ବିଜେଡିକୁ ଆହ୍ବାନ ଦେଇଥିଲେ। ଆଜି ପୂର୍ବାହ୍ଣରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ବର୍ଷେ ହେଲା ବିଜେଡିରେ ନାହାନ୍ତି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Prev Post
Next Post