କଲବଲ କଲାଣି ଅସହ୍ୟ ତାତି: ଆଜିଠୁ ବଢିବ ତାପମାତ୍ରା

କଲବଲ କଲାଣି ଅସହ୍ୟ ତାତି: ଆଜିଠୁ ବଢିବ ତାପମାତ୍ରା

ମେଟ୍ରୋ ଟିଭି ଓଡିଶା (୨୩.୪.୨୦୨୨ )

ରାଜ୍ୟରେ ଅସହ୍ୟ ହେଲାଣି ତାତି । ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହୁରୀ ଅସମ୍ଭାଳ ଗରମ ହେବ । ରାଜାର ଅଧିକାଂଶ ସ୍ଥାନରେ ୩ରୁ ୫ ଡିଗ୍ରୀ ତାତି ବଢିଯିବ । ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । 

ଶନିବାରରୁ ସୋମବାର ଯାଏ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିପରି ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢିବ । ୨୬ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । ୨୭ରୁ ୨୯ ତାରିଖ ଭିତରେ ଟିଟଲାଗଡ, ବଲାଙ୍ଗୀର, ସୋନପୁର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନପେ ୪୬ ଡିଗ୍ରୀ ଟପି ଯିବ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢିବ ବୋଲି ସେ କହିଛନ୍ତି ।