ଆଇପିଏଲ୍‌: ନୋ ବଲ୍ କୁ ନେଇ ପନ୍ତଙ୍କ ବୟାନ

ଆଇପିଏଲ୍‌: ନୋ ବଲ୍ କୁ ନେଇ ପନ୍ତଙ୍କ ବୟାନ

ମେଟ୍ରୋ ଟିଭି ଓଡିଶା (୨୩.୪.୨୦୧୨)

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୩୪ତମ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁମ୍ବାଇରେ ଶୁକ୍ରବାର ଖେଳାଯାଇଛି । ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ୧୫ ରନ୍‌ରେ ଜିତିଛି । ଏହି ମ୍ୟାଚ ସମୟରେ ଏକ ହାଇଭୋଲଟେଜ ନାଟକ ଦେଖିବାକୁ ମିଳିଥିଲା । ନୋ ବଲ୍ ବିବାଦ ନେଇ ଦିଲ୍ଲୀ କ୍ୟାପଟେନ ଋଷଭ ପନ୍ତ ନିଜର ଖେଳାଳିମାନଙ୍କୁ ଡାକିଥିଲେ । କାରଣ ଏହି ବଲ୍ କାରଣରୁ ଦିଲ୍ଲୀର ମ୍ୟାଚ ଜିତିବା ଶେଷ ଆଶା ଭାଙ୍ଗିଯାଇଥିଲା । ଏବେ ଏହି ନୋ ବଲ୍ ନେଇ ପନ୍ତ ବୟାନ ଦେଇଛନ୍ତି । 

ମ୍ୟାଚର ଶେଷ ଓଭରରେ ହୋଇଥିବା ନୋ ବଲ୍ ବିବାଦକୁ ନେଇ ଏବେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କ ବୟାନ ଆସିଛି । ପନ୍ତ କହିଛନ୍ତି ଯେ, ମୋତେ ଲାଗୁଛି ଯେ, ପୂରା ଖେଳରେ ସେମାନେ ଭଲ ବୋଲିଂ କରିଥିଲେ । କିନ୍ତୁ ଶେଷରେ ପାୱେଲ ଆମକୁ ସୁଯୋଗ ଦେଇଥିଲେ । ମୋ ମତରେ ବଲ୍ ଆମ ପାଇଁ ଭାଗ୍ୟଶାଳୀ ହୋଇପାରି ଥାନ୍ତା । କିନ୍ତୁ ଏହା ମୋର ନିୟନ୍ତ୍ରଣରେ ନଥିଲା । ମୁଁ ଉପାୟ ଶୂନ୍ୟ, କାରଣ କିଛି କରିପାରିବି ନାହିଁ । ପଡ଼ିଆରେ ସମସ୍ତେ ଦେଖିଛନ୍ତି ଓ ମୋ ମତରେ ତୃତୀୟ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିବାର ଥିଲା । 

ଋଷଭ ପନ୍ତ କହିଛନ୍ତି ଯେ, ଅମ୍ପାୟାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଠିକ୍ ନଥିଲା । ଉଭୟ ପକ୍ଷର ଭୁଲ ଥିଲା ଓ ନରାଶଜନକ । କାରଣ ଆମେ ଟୁର୍ଣ୍ଣାମେଣ୍ଟରେ କିଛି ଭଲ ଅମ୍ପାୟରିଙ୍ଗ ଦେଖିଛେ । ଯଦି ଅନ୍ୟ ଟିମ୍ ୨୦୦+ର ସ୍କୋର କରିଛନ୍ତି । ମୋ ମତରେ ଆମେ ଆହୁରି ଭଲ ବୋଲିଂ କରିପାରିଥାନ୍ତେ । 

ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ ଜିତିବା ପାଇଁ ରାଜସ୍ଥାନ ୨୨୩ ରନ୍‌ର ଲକ୍ଷ୍ୟ ଦେଇଥିଲା । ଦିଲ୍ଲୀ ଟିମ ସହଜରେ ଏହି ମ୍ୟାଚ ହାରିଯିବ ଭଳି ଲାଗୁଥିଲା । ଶେଷ ଓଭରରେ ୩୬ ରନ୍‌ର ଆବଶ୍ୟକ ଥିଲା । ଦିଲ୍ଲୀର ରୋଭମ୍ୟାନ ପାୱେଲ ରାଜସ୍ଥାନ ରୟାଲ୍ସର ବୋଲର ଓଭେଦ ମ୍ୟାକ୍କୟଙ୍କ ପ୍ରଥମ ୩ ବଲ୍‌ରେ ୩ ଛକା ମାରିଦେଇଥିଲେ । ତୃତୀୟ ବଲ ଫୁଲ୍ ଟସ୍ ଥିଲା ଏବଂ ଏହି ବଲ୍ ଉପରେ ନୋ ବଲ୍ ବିବାଦ ହୋଇଥିଲା । ଅମ୍ପାୟାର ଏହି ବଲ୍‌କୁ ନୋ ବଲ ଦେଇ ନଥିବାରୁ ପନ୍ତ ସମସ୍ତ ଖେଳାଳିଙ୍କୁ ପଡ଼ିଆରୁ ବାହରକୁ ଡାକିଥିଲେ ।