୧୧ ମାସ ପରେ ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ରାଜ୍ୟ ସରକାର ଆଜି ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନେ ହେଲେ ସିଂହାରୀ ନିଯୋଗରୁ ମଧୁସୂଦନ ସିଂହାରୀ, ପୂଜାପଣ୍ଡା ନିଯୋଗରୁ ଜଗନ୍ନାଥ ପୂଜାପଣ୍ଡା, ଦଇତାପତି ନିଯୋଗରୁ ଗଣେଶ ଦାସମହାପାତ୍ର ଓ ପ୍ରତିହାରୀ ନିଯୋଗରୁ ରାମନାରାୟଣ ଗୋଛିକାର। ମୁକ୍ତିମଣ୍ଡପରୁ ସିଦ୍ଧେଶ୍ବର ମହାପାତ୍ର ଓ ସୁଆର ମହାସୁଆର ନିଯୋଗରୁ କୃଷ୍ଣ ଚନ୍ଦ୍ର ସାମନ୍ତରା(ଟୁକୁ)ଙ୍କୁ କମିଟିକୁ ମନୋନୀତ କରାଯାଇଛି। ସେହିଭଳି ବଳରାମକୋଟ ମଠ ମହନ୍ତ ରଘୁବୀର ଦାସ ମହାରାଜ, ପୂର୍ବତନ ରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପ୍ରାନ୍ତ ଅଧ୍ୟକ୍ଷ ଅନୁଗୁଳର ମହେଶ କୁମାର ସାହୁ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଏ.କେ. ସାବତଙ୍କୁ ସଦସ୍ୟ ଭାବେ କମିଟିରେ ନିଆଯାଇଛି।
Trending
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ