ଭାରତୀୟ ରେଳବାଇ ୨୦୨୫ ପାଇଁ ୩୮୦ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଘୋଷଣା କରିଛି । ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଫଳରେ ପାର୍ବଣ ଋତୁରେ ଭକ୍ତ ଏବଂ ଯାତ୍ରୀମାନଙ୍କ ପାଇଁ ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ ହେବ। ୨୦୨୩ରେ ମୋଟ ୩୦୫ଟି ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୩୫୮କୁ ବୃଦ୍ଧି ପାଇଥିଲା।
ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରେ ଅଧିକ ପାର୍ବଣ ଜନିତ ଯାତ୍ରା ଚାହିଦାକୁ ପୂରଣ କରି କେନ୍ଦ୍ରୀୟ ରେଳବାଇ ସର୍ବାଧିକ ୨୯୬ଟି ଟ୍ରେନ ସେବା ପରିଚାଳନା କରିବ। ପଶ୍ଚିମ ରେଳବାଇ ୫୬ଟି ଗଣପତି ସ୍ୱତନ୍ତ୍ର ଟ୍ରେନ ଯାତ୍ରା, କୋଙ୍କଣ ରେଳବାଇ (କେଆରସିଏଲ) ୬ଟି ଯାତ୍ରା ଏବଂ ଦକ୍ଷିଣ ପଶ୍ଚିମ ରେଳବାଇ ୨୨ଟି ଯାତ୍ରା ପରିଚାଳନା କରିବ।
ଶ୍ରୀଗଣେଶଙ୍କ ପୂଜା ୨୭ ଅଗଷ୍ଟରୁ ୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟରେ ଆଶା କରାଯାଇଥିବା ପର୍ବପର୍ବାଣୀ ଭିଡ଼କୁ ପୂରଣ କରିବା ପାଇଁ, ଗଣପତି ସ୍ୱତନ୍ତ୍ର ଟ୍ରେନ୍ ୧୧ ଅଗଷ୍ଟ ୨୦୨୫ ଠାରୁ ଚଳାଚଳ କରୁଛି । ତେବେ ପାର୍ବଣ ପାଖେଇ ଆସିବା ସହିତ ସେବାଗୁଡ଼ିକ କ୍ରମଶଃ ବୃଦ୍ଧି କରାଯିବ।
ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିସ୍ତୃତ ସମୟସୂଚୀ ଆଇଆରସିଟିସି ୱେବସାଇଟ୍, ରେଲୱାନ ଆପ୍ ଏବଂ କମ୍ପ୍ୟୁଟରାଇଜଡ୍ ପିଆରଏସରେ ଉପଲବ୍ଧ।