ଦକ୍ଷିଣ ଆଫ୍ରିକାରେ ଭୀଷଣ ବନ୍ୟା

ଦକ୍ଷିଣ ଆଫ୍ରିକାରେ ଭୀଷଣ ବନ୍ୟା

ମେଟ୍ରୋ ଟିଭି ଓଡିଶା (୨୦.୪.୨୦୧୨)

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଦେଶରେ ଭୀଷଣ ବନ୍ୟା ପରିସ୍ଥିତି ପାଇଁ ରାଷ୍ଟ୍ରରେ ଜରୁରୀକାଳୀନ ପରିସ୍ଥିତି ସହ ଏହାର ମୁକାବିଲା କରିବା ପାଇଁ ଅନେକ ଆବଶ୍ୟକୀୟ ପଦକ୍ଷେପ ଘୋଷଣା କରିଛନ୍ତି। ବନ୍ୟା ପାଇଁ ତଟୀୟ ଅଞ୍ଚଳରେ କେଜେଡଏନରେ ୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ ଅଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଦେଶରେ ୪୦,୦୦୦ରୁ ଅଧିକ ଲୋକେ ବାସହରା ହୋଇ ଯାଇଛନ୍ତି।
କୋଭିଡ -୧୯ କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବା ପରେ ରାଷ୍ଟ୍ରପତି ପୁଣି ବନ୍ୟା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଚାରି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି ରାମଫୋସା କହିଛନ୍ତି।
ବର୍ତ୍ତମାନ ବନ୍ୟା ପରିସ୍ଥିତି ଡରବନରୁ ସମଗ୍ର ଦେଶକୁ ଇନ୍ଧନ ଲାଇନ ଏବଂ ଖାଦ୍ୟ ଯୋଗାଣରେ ବାଧା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଗତ କିଛି ଦିନ ହେବ ପ୍ରବଳ ବର୍ଷା ପରେ ଭୂସ୍ଖଳନ ପରିସ୍ଥିତି ଯୋଗୁଁ କେଜେଡଏନରେ ନିଖୋଜ ମାନଙ୍କୁ ଉଦ୍ଧାରକାରୀ ଦଳ ଖୋଜୁଛନ୍ତି ।