ଭାରତୀୟ ସେନାର ଆକ୍ରମଣରେ 30 ଆତଙ୍କବାଦୀ ନିହତ

ଭାରତୀୟ ସେନାର ଆକ୍ରମଣରେ 30 ଆତଙ୍କବାଦୀ ନିହତ ହୋଇଥିବା ବେଳେ, 60ରୁ ଅଧିକ ଗୁରୁତର ହୋଇଥିବାର ସୂଚନା ମିଳିଛି। ଏଥିରେ ଲଶ୍କର ଓ ଜୈସ୍ ଭଳି ଆତଙ୍କବାଦୀ ସଂଗଠନର ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି।

 ଅନେକ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରି ଭାରତୀୟସେନାକୁ ଏଭଳି ବଡ଼ସଫଳତା ମିଳିଛି। ଭାରତ ପକ୍ଷରୁ ଆମେରିକା ଓ ରୁଷ୍ ସମେତ ୫ଟି ଦେଶକୁ ଏୟାରଷ୍ଟ୍ରାଇକ୍ ସଂପର୍କରେ ସୂଚନା ଦିଆଯାଇଛି। ଭାରତୀୟ ସେନା ପାକିସ୍ତାନୀ ମିଶାଇଲକୁ ଖସାଇଦେଇଥିବାର ବି ଖବର ମିଳିଛି। 

Leave a comment