ଖ୍ରୀଷ୍ଟ ଧର୍ମର ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଙ୍କ ପରଲୋକ। ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ ପୋପ୍‌ ଫ୍ରାନ୍ସିସ୍‌। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ୮୮ ବର୍ଷ ବୟସରେ ନିଧନ ନେଇ ଭାଟିକାନ ସିଟିର ସୂଚନା। ସକାଳ ୭ଟା ୩୫ ମିନିଟ୍‌ରେ ମୃତ୍ୟୁ ନେଇ ସୂଚନା। ଇଷ୍ଟର ଶୁଭେଚ୍ଚା ଜଣାଇବା ପରେ ପରେ ପରଲୋକ । ତାଙ୍କର ଉଭୟ ଫୁସଫୁସେ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ ।

Leave a comment