ଖରାଦିନେ କେଉଁ ପାନୀୟ ପିଇଲେ ଶରୀରକୁ ଉତ୍ତମ ପୋଷଣ ମିଳିବ
ଖରାଦିନେ ବାହାରୁ ଟିକେ ବୁଲିଆସିଲେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ପିଇବାକୁ ଭଲ ପାଇଥାନ୍ତି। ହେଲେ ଏହା ଶରୀର ପାଇଁ ଆଦୌ ହିତକର ହୋଇ ନଥାଏ। ଖରାଦିନେ ପଇଡ଼ ପାଣି, ଲେମ୍ବୁ ପାଣି, ଦହି ସରବତ, ଫ୍ରୁଟ୍ ଜୁସ୍, ପିଇଲେ ଶୋଷ ମେଣ୍ଟିବା ସହ ଶରୀରକୁ ଉତ୍ତମ ପୋଷଣ ମିଳିପାରିବ |
ପ୍ରଚୁର ଗରମରେ ଦେହରୁ ଝାଳ ବୋହିବା ଯୋଗୁ ଖରାଦିନେ ଶରୀରରୁ ଜଳୀୟ ଅଂଶ କମିଯାଏ। ଯଦ୍ଦ୍ବାରା ଥକ୍କାପଣ ଅନୁଭବ ହୁଏ। ସେଥିପାଇଁ ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳମୂଳ ବିଶେଷକରି ଆମ୍ବ, କମଳା, ଡାଳିମ୍ବ, ଅଙ୍ଗୁର ଜୁସ୍ ପିଇପାରିବେ। ଏପରିକି ମିକ୍ସ ଫ୍ରୁଟ୍ ଜୁସ୍ ପିଇଲେ ବି ଖରାଦିନେ ଶରୀରକୁ ଶକ୍ତି ମିଳିବା ସହ ଫୁର୍ତ୍ତି ଲାଗିଥାଏ।