ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲଙ୍କ ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ଦିଲ୍ଲୀର କପୁରଥଲା ହାଉସରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ୧୭ ଏପ୍ରିଲରେ ଦିଲ୍ଲୀର ଶାଙ୍ଗ୍ରି-ଲା ହୋଟେଲରେ ମେହେନ୍ଦୀ ଏବଂ ଅନ୍ୟାନ୍ୟ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ସୀମିତ ଲୋକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଉପସ୍ଥିତ ଥିଲେ।

Leave a comment