ବିମ୍‌ସଟେକ ଶିଖର ସମ୍ମିଳନୀ ଅବସରରେ ମହମ୍ମଦ ୟୁନୁସଙ୍କୁ ଭେଟିଲେ ମୋଦୀ

ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ବିମ୍‌ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି ।

ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସମ୍ପର୍କ ପ୍ରତି ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ ଲାଭ ଆଣିଛି ।

ପରିବେଶକୁ ଖରାପ କରୁଥିବା ମନ୍ତବ୍ୟକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।ହିନ୍ଦୁମାନଙ୍କ ସମେତ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ବନ୍ଧୀୟ ଭାରତର ଚିନ୍ତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ | ପ୍ରଧାନମନ୍ତ୍ରୀ ବାଂଲାଦେଶକୁ ବିମ୍‌ସଟେକ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫୋରମ୍ ଏହାର ନେତୃତ୍ୱରେ ଆଞ୍ଚଳିକ ସହଯୋଗକୁ ଆହୁରି ଆଗକୁ ବଢ଼ାଇବାକୁ ଆଗ୍ରହୀ ବୋଲି କହିଥିଲେ |

Leave a comment