ଭୂକମ୍ପ ଝଟ୍କାରେ ଥରିଲା ନେପାଳ
ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲେ ହେଁ ଏହାର ଝଟ୍କା ଉତ୍ତର ଭାରତର ଅନେକ ସ୍ଥାନରେ, ବିଶେଷକରି ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡରେ ଅନୁଭୂତ ହୋଇଛି।
ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଏଥିରେ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।