ଭାରତର ୬ଟି ସହର ଜଳରେ ଡୁବିଜିବି , ଜାଣନ୍ତୁ ଏହା କେବେ ଘଟିବ ଓ ଓଡ଼ିଶା ପ୍ରଭାବିତ ହେବ କି ନା

A large wave crashes into a seawall in Winthrop, Mass., Saturday, March 3, 2018, a day after a nor'easter pounded the Atlantic coast. Officials in eastern Massachusetts, where dozens of people were rescued from high waters overnight, warned of another round of flooding during high tides expected at midday. (AP Photo/Michael Dwyer)

ମେଟ୍ରୋ ଓଡିଶା (୯.୪.୨୦୨୨ )

 ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଆଗାମୀ ଦିନରେ ସମୁଦ୍ରର ଜଳସ୍ତର ୧ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଦେଶର ୬ଟି ସହର ବୁଡ଼ିବା ସହ ଅଟ୍ଟାଳିକା, ସଡ଼କ ସବୁ ଜଳରାଶି ମଧ୍ୟରେ ଲୀନ ହୋଇଯିବ । ଗ୍ଲୋବାଲ ରିସ୍କ ମ୍ୟାନେଜମେଣ୍ଟ ଫାର୍ମ ଆରଏମଏସଆଇ ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଆରଏମଏସଆଇର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଆସେସମେଣ୍ଟ ରିପୋର୍ଟ ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ରିପୋର୍ଟ ଅନୁସାରେ, ଆସନ୍ତା ୨୦୫୦ ମସିହା ମଧ୍ୟରେ ମୁମ୍ବାଇ, କୋଚି, ମାଙ୍ଗାଲୋର, ଚେନ୍ନାଇ, ବିଶାଖାପଟ୍ଟନମ, ତିତୁଭନନ୍ତପୁରମ ପରି ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ଏହି ସହରଗୁଡ଼ିକର ନଭଶ୍ଚୁମ୍ଭୀ ଅଟ୍ଟାଳିକା, ଆକର୍ଷଣୀୟ ରାଜପଥ ସବୁ ଜଳଘେରକୁ ଚାଲିଯିବ । ଏହି ସହରଗୁଡ଼ିକ ପାଇଁ ବିଶେଷଜ୍ଞମାନେ ହାଇ ରିଜୋଲ୍ୟୁସନ୍ ଡିଜିଟାଲ ମଡେଲ୍ ପ୍ରସ୍ତୁତ କରିଥିଲେ । ଏହାର ଜଳସ୍ତର ଓ ବନ୍ୟାକୁ ମାପିବା ପାଇଁ ଏକ ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ୨୦୫୦ ମଧ୍ୟରେ ଭାରତର ଚାରିପାଖରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଇପିସିସି ଆକଳନ କରିଛି ।

ଜଳବାୟୁ ପରିବର୍ତ୍ତନକୁ ନେଇ ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି ଯେ, ୧୯୯୩ରୁ ୨୦୧୭ ମଧ୍ୟରେ ପ୍ରତ୍ୟେକ ବର୍ଷ ଜଳସ୍ତର ୩.୩ ମିମି ବୃଦ୍ଧି ପାଇଛି । ସେହିପରି ୨୦୫୦ ମଧ୍ୟରେ ଉତ୍ତର ଭାରତର ସମୁଦ୍ର ଜଳସ୍ତର ପାଖାପାଖି ୧ ଫୁଟ ବୃଦ୍ଧି ପାଇବ ବୋଲି ଆଇପିସିସି ଅନୁମାନ କରିଛି । ତେବେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟେରୋଲୋଜିକାଲ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉପକୂଳବର୍ତ୍ତୀ ଅଞ୍ଚଳ ବୁଡ଼ିବାର ଏକମାତ୍ର କାରଣ ଜଳସ୍ତର ବୃଦ୍ଧି ନୁହେଁ । ବର୍ତ୍ତମାନ ସମୟରେ ବାତ୍ୟା, ବନ୍ୟା, ଝଡ଼ ଓ ପ୍ରବଳ ବର୍ଷା ବୃଦ୍ଧି ପାଇବାରେ ଲାଗିଛି । ୧୯୫୦ ତୁଳନାରେ ଭାରି ବର୍ଷା ୩ ଗୁଣା ବୃଦ୍ଧି ପାଇଥିବା ବେଳେ ୨୦୫୦ ମଧ୍ୟରେ ବୈଶ୍ୱିକ ତାପାମତ୍ରା ପରିବର୍ତ୍ତନ ଘଟି ୨ ଡିଗ୍ରୀ ସେଲସିୟସ ବଢ଼ିବ । ଫଳରେ ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରବଳ ବର୍ଷା ସଙ୍କଟ ବୃଦ୍ଧି ପାଇବ । ତେବେ ୨୦୫୦ ମଧ୍ୟରେ ମୁମ୍ବାଇର ପାଖାପାଖି ୯୯୮ଟି ଅଟ୍ଟାଳିକା ଓ ୨୪ କିମି ଦୂରତା ବିଶିଷ୍ଟ ସଡ଼କ ପଥ ଉପରେ ଜଳସ୍ତରର ପ୍ରଭାବ ପଡ଼ିବ ବୋଲି ବିଶ୍ଲେଷଣରୁ ଜଣାପଡ଼ିଛି । ଅନୁରୂପ ଭାବେ ଅନ୍ୟ ସହରଗୁଡ଼ିକର ଅବସ୍ଥା ମଧ୍ୟ ବିଗିଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି ।