ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ଯାଚରେ ଅଧିନାୟକତ୍ଵ କରିବେ ସୂର୍ଯ୍ୟକୁମାର ଯାଦବ

ଆଇପିଏଲ ୨୦୨୫ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ସହିତ ରହିଛି । ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ । ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚର ବାସନ୍ଦ ଯୋଗୁଁ ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ହେବେ । ତେଣୁ ପ୍ରଥମ ମ୍ୟାଚର ଦାୟିତ୍ବ ତୁଲାଇବେ ସୂର୍ଯ୍ୟକୁମାର ଯାଦବ ।

ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୩ ରେ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏହି ମ୍ୟାଚରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେବେ ।