ନାଗପୁର ହିଂସା ପରେ ମୁହଁ ଖୋଲିଲେ ଆରଏସଏସ ର ବରିଷ୍ଠ ଅଧିକାରୀ
ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, ମୁଖ୍ୟତଃ ପୋଲିସ ଅଧିକାରୀ ଥିଲେ।
ପ୍ରଶ୍ନ ହେଉଛି ଆଜିର ଦିନରେ ଔରଙ୍ଗଜେବ ପ୍ରାସଙ୍ଗୀକ କି, ସମାଧି ସେଠାରୁ ହଟାଇ ଦିଆଯିବ ଉଚିତ କି ? ଏହାର ଉତ୍ତର ହେଉଛି ସେ ପ୍ରାସଙ୍ଗିକ ନୁହନ୍ତି। ତେବେ ସମାଜ ପାଇଁ କୌଣସି ପ୍ରକାର ହିଂସା ସ୍ୱାସ୍ଥକର ନୁହେଁ ବୋଲି ଆମ୍ବେକର କହିଛନ୍ତି।
ତେବେ ନିକଟରେ ବଲିଉଡ ଫିଲ୍ମ ‘ଛାଭା’ ରିଲିଜ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଯେଉଁଥିରେ ଦେଖା ଯାଇଛି ଯେ, ଇତିହାସରେ ମରାଠା ରାଜା ଛତ୍ରପତି ସାମ୍ଭାଜି ମହାରାଜଙ୍କୁ କିପରି ଔରଙ୍ଗଜେବ ହତ୍ୟା କରିଥିଲେ।