୧୫ରୁ ବଢ଼ିବ ଟ୍ରେନ ଟିକେଟ ଭଡା,ଦେବାକୁ ପଡ଼ିବ ଏକ୍ସଟ୍ରା ଭଡ଼ା

୧୫ରୁ ବଢ଼ିବ ଟ୍ରେନ ଟିକେଟ ଭଡା,ଦେବାକୁ ପଡ଼ିବ ଏକ୍ସଟ୍ରା ଭଡ଼ା

ମେଟ୍ରୋ ଓଡିଶା (୯.୪.୨୦୨୨ )

ଭାରତୀୟ ରେଳଯାତ୍ରୀଙ୍କୁ ଲାଗିବ ବଡ଼ ଝଟକା। ପ୍ରତିଦନ ଟ୍ରେନରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଆସିଛି ଖରାପ ଖବର। ପ୍ରାୟତଃ ବ୍ୟବସାୟୀ ମାନେ ରାଜ୍ୟ ବାହାରକୁ ଯିବା ପାଇଁ ଟ୍ରେନର ସାହାଯ୍ୟ ଲୋଡିଥାନ୍ତି। ଏଥିପାଇଁ ଟ୍ରେନ ଉଚିତ ମାଧ୍ୟମ ସାଜିଥାଏ। ଏଥିରେ ଟଙ୍କା ଓ ସମୟ କମ ପଡ଼େ। କିନ୍ତୁ ଏବେ ଭାରତୀୟ ରେଳ ବିଭାଗ ଟ୍ରେନ ଟିକେଟ ଭଡ଼ାକୁ ବଢ଼ାଇଦଦେଇଛନ୍ତି। ଯାହାର ସିଧା ପ୍ରଭାବ ସମସ୍ତ ଟ୍ରେନ ଯାତ୍ରୀଙ୍କ ଉପରେ ପଡ଼ିବ ।

ଭାରତୀୟ ରେଳ ଡିଜେଲ ଇଞ୍ଜିନ ଦ୍ୱାରା ଚାଲୁଥିବା ଟ୍ରେନର ଲମ୍ବା ଯାତ୍ରାକୁ ନେଇ ଯାତ୍ରୀମାନଙ୍କଠୁ ଏବେ ଅଧିକ ଭଡ଼ା ନେବ। ଯାହାକି ଆଗାମୀ ୧୫ ଅପ୍ରେଲରୁ ଲାଗୁ ହେବ।

ବର୍ଷ ଯେତେ ଆଗକୁ ଯାଉଛି ସବୁକିଛି ଦର ଦାମ ସେମିତି ବଢ଼ିବାରେ ଲାଗିଛି। ଏବେ ତେଲ ଦରଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ଦାମ ଅଧିକ ଥିବା ବେଳେ ଟ୍ରେନ ଯାତ୍ରାରେ ମଧ୍ୟ ଭଡ଼ାକୁ ବୃଦ୍ଧି କରାଯାଇଛି। ଏହି ନୂଆ ନିୟମ ଆସନ୍ତା ୧୫ ଅପ୍ରେଲରୁ ଲାଗୁ ହେବ। ଟିକେଟ ବୁକିଂ ସମୟରେ ଅତିରିକ୍ତ ଭଡ଼ା ଏବେ ସବୁ ଯାତ୍ରୀଙ୍କୁ ଦେବାକୁ ପଡ଼ିବ। ଏବେ ଯାତ୍ରୀ ମାନେ ୫୦ଟଙ୍କା ଅଧିକ ଟ୍ରେନ ଭଡ଼ା ଦେବେ। ହାଇଡ୍ରୋକାର୍ବନ ସରଚାର୍ଜ ମାନେ ଡିଜେଲ ଟାକ୍ସକୁ ନେଇ ଏହି ଦରକୁ ବଢ଼ାଯାଇଛି।

ଏହା କେବଳ ସେହି ଟ୍ରେନରେ ଲାଗୁ ହେବ ଯେଉଁଥିରେ ଡିଜେଲ ବ୍ୟବହାର ହୋଇଥିବ। ଏହାର କାରଣ ଋଷ ୟୁକ୍ରେନ ଯୁଦ୍ଧ ବୋଲି ମଧ୍ୟ କୁହାଯାଉଛି। କାରଣ ତାର ପ୍ରଭାବରେ ଅନେକ ଜିନିଷର ଦର ବଢ଼ିବାରେ ଲାଗିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ପାଇଁ ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି।

ଏସି କ୍ଳାସ ପାଇଁ ୫୦ ଟଙ୍କା ବଢ଼ିଥିବା ବେଳେ ସ୍ଲିପର କ୍ଲାସ ପାଇଁ ୨୫ ଟଙ୍କା ଏବଂ ଜେନେରାଲ କ୍ଲାସ ପାଇଁ ନ୍ୟୂନତମ ୧୦ଟଙ୍କା ଫିସ କରାଯାଇଛି। ତେବେ ୧୫ ଅପ୍ରେଲ ପୂର୍ବରୁ ଟିକେଟ ବୁକ ହୋଇଥିଲେ ଟିକେଟ ଉପରେ କୌଣସି ସରଚାର୍ଜ ଲାଗିବ ନାହିଁ।

ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ କାରଣରୁ ସାଉଦୀ ଆରବ ଏବଂ ୟମିନ ମଧ୍ୟରେ ହେଉଥିବା ମତଭେଦ ପାଇଁ ବୈଷୟିକ ତୈଳ ଦରରେ ବର୍ତ୍ତମାନ ରେକର୍ଡ ଉଚ୍ଚସ୍ତରକୁ ପହଞ୍ଚିଛି। ଯାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି। ଦେଶରେ ଏବେ ଇନ୍ଧନ ଦର ଲଗାତାର ୧୨ ଦିନରୁ ଅଧିକ ହେଲାଣି ବଢ଼ିବାରେ ଲାଗିଛି। ଏହାର ସିଧା ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ୁଛି।