ବ୍ରେକ୍‌ଅପ୍‌ କରିନେଇଛନ୍ତି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା

ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି ମନ ଜିଣୁଥିଲା। ଧାରାବାହିକ ‘ଉଡ଼ାରିଆ’ରୁ ଦୁହିଁଙ୍କୁ ପରିଚୟ ମିଳିଥିଲା। ଅନେକ ଥର ସେମାନେ ବିବାହ କରିବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଥିଲା। ହେଲେ ଏବେ ସେମାନଙ୍କ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ପରସ୍ପରଠାରୁ ସେମାନେ ବାଟ ଅଲଗା କରିନେଇଛନ୍ତି।

ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଏବଂ ଅଙ୍କିତ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ହେଲେ ଦୁହେଁ ଏଯାବତ କୌଣସି ଆଧିକାରୀକ ବୟାନ ଜାରି କରିଦାହାନ୍ତି।