ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୮ତମ ସଂସ୍କରଣ ଲାଗି ବିଗୁଲ୍ ବାଜି ସାରିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଇପିଏଲ୍-୨୦୨୫ ସଂସ୍କରରଣରେ ୫ଟି ଦଳ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବେ । ସମସ୍ତ ୧୦ ଦଳର ଅଧିନାୟକ ସ୍ଥିର ହୋଇ ସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ଵ ନେବେ ଅଲରାଉଣ୍ଡର ଅକ୍ଷର ପଟେଲ୍ ।
ଆଇପିଏଲ୍ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ପଞ୍ଜାବ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ନୂଆ ଅଧିନାୟକଙ୍କୁ ନେଇ ଖେଳିବେ । ଦିଲ୍ଲୀ ଟିମ୍ର ଭାର ଅକ୍ଷରଙ୍କ ଉପରେ ରହିଥିବା ବେଳେ ଋଷଭ ପନ୍ତ- ଲକ୍ଷ୍ନୌ(LSG), ଶ୍ରେୟସ ଆୟର- ପଞ୍ଜାବ କିଙ୍ଗ୍ସ, ରଜତ ପାଟିଦାର- ବେଙ୍ଗାଲୁରୁ (RCB), ଆଜିଙ୍କ୍ୟ ରାହାଣେ- କୋଲକାତା (KKR)ର ନେତୃତ୍ଵ ନେବେ ।