ତାଇୱାନ ଏବଂ ଗୁଜରାଟରେ ଭୂକମ୍ପ ଝଟକା

ତାଇୱାନର ତାଇତୁଙ୍ଗ କାଉଣ୍ଟି ସମୁଦ୍ରରେ ୫.୨ ତୀବ୍ରତାର ଭୂକମ୍ପ ହୋଇଛି । ଏହାର କେନ୍ଦ୍ର ସମୁଦ୍ର ସ୍ଥଳରୁ ୧୫ କିମି ଗଭୀରତାରେ ରହିଛି । ତେବେ ଭୂକମ୍ପର ଝଟକା ପୂର୍ବ ଚୀନର ଫୁଜିୟାନର ପ୍ରାନ୍ତର ଫୁଜୋ, କ୍ବାନଝାଓ ଏବଂ ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି । ସ୍ଥାନୀୟ ଲୋକ ଭୂକମ୍ପକୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତେବେ ଭୂକମ୍ପରେ କୌଣସି ହତାହତ ହେବାର ଖବର ମିଳିନାହିଁ । ସେହିପରି ଗୁଜରାଟରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଇନଷ୍ଟିଚ୍ୟୁଟ ଅଫ ସିସ୍ମୋଲୋଜିକଲ ରିସର୍ଚ୍ଚ ଅନୁସାରେ, ସୌରାଷ୍ଟ୍ର ଅଞ୍ଚଳରେ ସକାଳ ୧୦ଟା ୧୨ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୨ ରହିଥିଲା । ଏହାର ଗଭୀରତା ୬.୪ କିମି ରହିଥିଲା । ଭୂକମ୍ପର କେନ୍ଦ୍ର ଅମରେଲୀ ସ୍ଥିତ ରହିଥିଲା । ତେବେ ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା ।