ବୟସ ସିନା କମ୍ ହେଲେ ବୁଦ୍ଧି ଅଧିକା ,୬ବର୍ଷ ବାଳକର ଆଶ୍ଚର୍ଯ୍ୟ ଜନକ ଘଟଣା
ମେଟ୍ରୋ ଟିଭି ଓଡିଶା,୬/୧: ଛୋଟ ପିଲା ଘରେ ଥିଲେ କାମ ସବୁ ବଢିଯାଏ । ପିଲାଙ୍କର ବିଭିନ୍ନ କାମରେ ଫଶି ରହିଯାଆନ୍ତି ମାଆବାପା । ଗାଧୋଇବା,ଖାଇବା,ସ୍କୁଲଯିବା ଆଦି ଅନେକ କାମ ସବୁ ଅଭିଭାବକ ମାନେ କରନ୍ତି । କିନ୍ତୁ ଏପରି ଏକ ଛୁଆ ଅଛି ଯିଏ ନିଜର ସବୁ କାମ ନିଜେ କରୁଛି । ଏହି ଛୋଟ ପିଲାଟିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପିଲାଟିର ପିତାମାତା କହନ୍ତି ଯେ, ତାଙ୍କ ପୁଅକୁ ମାତ୍ର ୬ବର୍ଷ ହେଲେ ସେ ପ୍ରତିଦିନ ସକାଳ ୬ରୁ ଉଠେ । ସ୍କୁଲ ଯିବା ପୂର୍ବରୁ ନିଜର କାମ ସବୁ ନିଜେ କରେ।
https://www.youtube.com/watch?v=BwRjOOz7Gx4ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ପିଲାଟି ସକାଳ ୬ଆଲାରାମ ବାଜିବା ମାତ୍ରେ ଉଠି ପଡି ନିଜ ଡ୍ରେସ ସବୁ ଆଇରନ ଦେଉଛି ଓ ଏହାକୁ ପିନ୍ଧନେଉଛି । ପୋଷାକ ପିନ୍ଧିବା ପରେ ସେ ବ୍ରସ କରିବା ତା ସହ ନିଜ ବ୍ରେକଫାଷ୍ଟ ରେଡି କରିବା ଆଉ ନିଜେ ଖାଉଛି ।
ଖାଲି ସେତିକି ନୁହେଁ , ଖାଇସାରିବା ପରେ ସେ ନିଜ ପ୍ଲେଟସ୍ ମଧ୍ୟ ଧୋଉଛି । ଏହା ପରେ ଟଏଲେଟ, ସାୱାର କ୍ନିନ କରିବା, ପୋଷାକ ଧୋଇବା ଓ ନିଜ ବେଡ କ୍ଲିନ କରୁଛି । ନିଜ ପୋଷାକକୁ ଚଟାଣରେ ରଖିବା ପୂର୍ବରୁ ଚଟାଣକୁ ମପ କରିବାକୁ ବି ଭୁଲୁନି ଏହି କୁନି ଛୁଆଟେ । ଏହାପରେ ବିଛଣାରେ ଥିବା ମାଆଙ୍କ ପାଖକୁ ଫୁଟ ସ୍ପା ବଢାଇବା ଆଉ ତାପରେ ସ୍କୁଲ ଯିବା ପୂର୍ବରୁ ଜୋତାକୁ ପଲିସ ମଧ୍ୟ ନିଜେ କରୁଛି । ଏହି ଭିଡିଓ କ୍ୟାପସନରେ ଲେଖାଅଛି, ମୋ ଛୁଆକୁ ୬ବର୍ଷ ବୟସ ହୋଇଛି । ସେ ସକାଳ ୬ରେ ଉଠେ । ନିଜ ପାଇଁ ରୋଷେଇ କରେ । ଘର କାମ କରି ସ୍କୁଲ ମଧ୍ୟ ଯାଏ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୧ମିନିଟ ୨୫ସେକେଣ୍ଡର ଏହି ଭିଡିଓ ୨୬ମିଲିୟନରୁ ଅଧିକ ଥର ଦେଖାଯାଇଛି । sources-nicejobkiddo