57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗଦେବେ ମୋଦି

ଆଜି ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପିଏମ ମୋଦି । ଏହା ସହିତ, ଭାରତୀୟ ନୌସେନା ଜାହାଜ ସହିତ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମରିସସ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ଆଶା କରାଯାଉଛି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବାର ଆଶା କରାଯାଉଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ ସରକାର ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ ଦ ଅର୍ଡର ଅଫ ଦ ଷ୍ଟାର ଆଣ୍ଡ କି ଅଫ ଦ ଇଣ୍ଡିଆନ ଓସେନ’ରେ ସମ୍ମାନିତ କରିଛନ୍ତି ।