ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀ ହେଲେ ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର’

ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍‌ ଡିଭା କସ୍ମୋ ୨୦୨୪’ର ବିଜେତା ଘୋଷିତ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୭ରେ ପୋଲାଣ୍ଡର ମାଲୋପଲ୍‌ସ୍କାରେ ହେବାକୁଥିବା ‘ମିସ୍‌ ସୁପର ନ୍ୟାଶନାଲ ୨୦୨୫’ ପ୍ରତିଯୋଗିତାରେ ଆୟୁଶ୍ରୀ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଆସନ୍ତା ଡିସେମ୍ବରରେ ଭିଏଟ୍‌ନାମରେ ହେବାକୁ ଥିବା ‘ମିସ କସ୍ମୋ ୨୦୨୫’ ପ୍ରତିଯୋଗିତାରେ ବିପ୍ରା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
‘ଲିଭା ମିସ୍‌ ଡିଭା ୨୦୨୪’ର ଗ୍ରାଣ୍ଡ୍‌ ଫିନାଲେରେ ୨ଟି ନୂତନ ଶ୍ରେଣୀରେ ପ୍ରଥମଥର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର ୨୦୨୪’ ଭାବେ ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀଙ୍କୁ ବିଜେତା ଘୋଷଣା କରାଯାଇଥିବାବେଳେ ବିହାରର ଅନନ୍ୟା ପ୍ରବୀଣ ମିସ୍‌ ଡିଭା କଣ୍ଟେଣ୍ଟ କ୍ରିଏଟର ୨୦୨୪’ର କ୍ରାଉନ୍‌ ହାତେଇଛନ୍ତି।