ମା’ ହେବେ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ

ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଗୁରୁବାର ସ୍ୱାମୀ ସୋମବୀର ରାଠିଙ୍କ ସହ ଖୁବଶୀଘ୍ର ଦୁହେଁ ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ କୁସ୍ତିରୁ ଅବସର ନେଇଥିବା ଭିନେଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘୋଷଣା କରିଛନ୍ତି, ଭିନେଶ ଏବଂ ସୋମବୀର ରାଠି ୨୦୧୮ରେ ବିବାହ କରିଥିଲେ। ଏକ ଇନଷ୍ଟା ପୋଷ୍ଟରେ, ଭିନେଶ ଏବଂ ତାଙ୍କ ସ୍ୱାମୀଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଏକ କ୍ୟାପସନ ରହିଛି। ଏଥିରେ ସେ କହିଛନ୍ତି ଯେ ସେମାନଙ୍କ ପ୍ରେମ କାହାଣୀ ଏଥିରେ ଏକ ନୂତନ ଅଧ୍ୟାୟ ଯୋଡି ହେବା ସହିତ ଜାରି ରହିଛି। କ୍ୟାପସନରେ ଏକ ପାଦ ଏବଂ ହୃଦୟ ଇମୋଜି ମଧ୍ୟ ରହିଛି । ପ୍ରଶଂସକ ଏବଂ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଆଦି ଇନଷ୍ଟାଗ୍ରାମରେ ଦମ୍ପତିଙ୍କୁ ସେମାନଙ୍କର ଶୁଭେଚ୍ଛା ପୋଷ୍ଟ କରିଥିଲେ ।