ଉର୍ବଶୀ ରାଉତେଲାଙ୍କୁ ‘ଉଦ୍ୟାନ’ ପୋଷାକରେ ହାସ୍ୟରସ କହି ଟ୍ରୋଲ କଲେ ଫ୍ୟାନ୍ସ

ଅଜବ ଗାଉନରେ ନଜର ଆସିଲେ ଉର୍ବସୀ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ । ଉର୍ବସୀ ରୌତେଲା ଅନେକ ସମୟରେ ହାଇଲାଇଟ୍ସରେ ରହି ଆସିଛନ୍ତି । ନିଜର ଲୁକ୍ ପାଇଁ ହେଉ, କି ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ, ଅନେକ ସମୟରେ ସେ ଫ୍ୟାନ୍ସ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି | ହେଲେ ଏଥର ନିଜର ଅଜବ ଗାଉନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ।

ଉର୍ବସୀ “ପ୍ୟାରିସ ଫ୍ୟାଶନ ୱିକ୍” ରେ ନଜର ଆସିଥିଲେ । ସେଥିରେ ଉର୍ବସୀ ଏକ ଏମିତି ଗାଉନ ପିନ୍ଧିଥିଲେ, ଯାହା ଉପରେ ସମସ୍ତଙ୍କର ନଜର ଯାଇଥିଲା । ସୋସିଆଲ ମିଡିଆରେ ଉର୍ବସୀ ନିଜେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଏକ ମଷ୍ଟାର୍ଡ ଏବଂ ବ୍ଲୁ କଲରର ପ୍ଲେୟର ଗାଉନରେ ନଜର ଆସିଥିଲେ । ଯାହା ଏକଦମ ଅଜବ ଲାଗୁଥିଲା । ଏଥିସହ ଚୁଟିରେ ପୋନିଟେଲ କରି ଗୋଲ୍ଡେନ ହେଡ ଗିୟର ଲଗାଇଥିଲେ । ଅତ୍ୟଧିକ ହେଭି ମେକଅପ ନେଇଥିଲେ ଉର୍ବସୀ । କିନ୍ତୁ ଗାଉନରେ ଥିବା ଗୋଲ୍ଡେନ ଫ୍ଲାୱାର ଡିଜାଇନ ଅତ୍ୟନ୍ତ ଅଜବ ଲାଗୁଥିଲା ।